ହେଡଲାଇନସ୍:

ଗର୍ଭବତୀଙ୍କ ସୁରକ୍ଷା ନା ଗର୍ଭ ନଷ୍ଟ ଯୋଜନା !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-08-18-paikamal-ladu.jpg - 109.86 kB

 ବରଗଡ (ଗୌରାଙ୍ଗ ଚରଣ ଦାଶ)-ସରକାର ଯୋଜନା କରୁଛନ୍ତି , ହେଲେ ସରକାରଙ୍କୁ ବଦ୍ନାମ କରୁଛନ୍ତି କିଛି ଅସାଧୁ ଅଧିକାରୀ ଓ ବ୍ୟକ୍ତିବିଶେଷ | ଗୋଦର କୋଡେ ଯେତେ ମାଡ଼େ ସେତେ ସେତେ ରୀତିରେ ସରକାରଙ୍କ ସବୁ ଯୋଜନା ପ୍ରକୃତ ହିତାଧିକାରୀ ପାଖରେ ପହଂଚୁ ପହଂଚୁ ସେଥିରେ ପୋକ ଲାଗିଯାଉଛଂତି | ରାଜନୈତିକ ଇଛାଶକ୍ତିର ଅଭାବ ତଥା ପ୍ରଶାସନିକ ଦାଇତ୍ୱହୀନତା ଯୋଗୁ ସବୁ ଯୋଜନାର ଗର୍ଭପାତ ହୋଇଯାଏ | ହେଲେ ଅଧିକାରୀଙ୍କ ମିଛ ରିପୋର୍ଟ ଦେଖାଇ ସରକାର ବାହାବା ମାରନ୍ତି " ଆମେ ଅମୁକ ତାଡି ପକାଇଛୁ, ସମୁକ ଊଂଖାରି ପକାଇଛୁ" | ହେଲେ ହିତାଧିକାରୀ ଯେଉଁ ତିମିର କୁ ସେଇ ତିମିର | ଦୁର୍ନୀତିର ବୁଢ଼ୀଆଣି ଜାଲ  ଏମିତି ବ୍ୟାପିଛି ଯେ ପଇସା ଖାଇଲାବେଲେ ସେ ଅମଣିଷ ଗୁଡାକ ଭବନ୍ତିନି ଆମେ କଣ କରୁଛୁ !! ଶେଷରେ ସେ ପଇସା  ଖିଆ ମଣିଷ ଗୁଡାକ ଗର୍ଭବତୀ ମା ଭଉଣୀମାନଙ୍କୁ ସ୍ୱାସ୍ଥ୍ୟକୁ ମଧ୍ୟ ବିପନ୍ନ କରିବାକୁ ପଛାଉନାହାନ୍ତି | ସେଭଳି ଏକ  ପ୍ରଶାସନିକ ଅପାରଗତା ଓ ଅମଣିଷପଣିଆ ର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବରଗଡ ଲାଇଲଲ ଲଖମରା ଅଂଚଳରେ | ଗର୍ଭବତୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ତଥା ଗର୍ଭସ୍ଥ ଶିଶୁର ଉପଯୁକ୍ତ ବିକାଶ ପାଇଁ ସରକାର କରିଥିବା ମହତ୍ୱାକାଂଖୀ ଯୋଜନା ଏବେ ଦିଗ ଭ୍ରଷ୍ଟ ହୋଇପଡିଛି |  ଗର୍ଭବତୀ ମହିଳାମାନଙ୍କୁ ଦିଆଯାଉଛି ପୋକରା ଖାଦ୍ୟ  । ଗହମ ଗୋଟି ଗଣତା ପରି ଏଇ ଗୋଟିଏ ଘଟଣା ବୁଝାଇଦେଉଛି ରାଜ୍ୟରେ କେମିତି ଚାଲିଛି ସରକାରଙ୍କ କାର୍ଯ୍ୟକ୍ରମ |

   ପାଇକମାଲ ବ୍ଲକ ର ଲଖମରା ଅଂଚଳରେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ପୃଷ୍ଟିକର ଖାଦ୍ୟ ଜମାରୁ ପୃଷ୍ଟିକର ନୁହେ ଏ କଥା ଅଙ୍ଗନବାଡି କେନ୍ଦ୍ର ମାନକର ଜରିଆରେ ବଣ୍ଟନ କରାଯାଉଥିବା ଖାଦ୍ୟ ଦେଖିଲେ ସ୍ପଷ୍ଟ ଭାବରେ ଜଣ ପଡି ଯାଉଛି। ଗତ କିଛି ଦିନ ହେଲା ଲଖମରା ଅଞ୍ଚଳରେ ଗର୍ଭବତୀ ମହିଳା ମାନଂକର ସ୍ୱାସ୍ଥ ଭଲ ରହିବ ବୋଲି ଅଙ୍ଗନବାଡି କେନ୍ଦ୍ର ମାନଙ୍କର ଦ୍ୱାରା ଚିନାବାଦାମ ଲଡୁ ବିତରଣ କରଯାଇଥିଲା । ଲଡୁ ଗୁଡିକ ସମ୍ପୂର୍ଣ ଭାବରେ ଫିମ୍ପି ଲାଗିଯିବା  ସହିତ ପୋକରା ଚିନାବାଦାମ ରେ ତିଆରି କରାଯାଇଥିବା ସ୍ପଷ୍ଟ ଭାବରେ ଜଣାପଡିଯାଉଛି। ବିରାଟ ପ୍ରଶ୍ନ ହେଲାଯେ ସରକାର ବିଭିନ୍ନ ଯୋଜନାରେ ମହିଳା ଓ ଶିଶୁ ମାନଂକର ସରରିକ ଓ ମାନସିକ ବିକାଶ ପାଇଁ ବହୁ ପ୍ରକାର ପୃଷ୍ଟିକର ଖାଦ୍ୟ ପାଇଁ ରାଜକୋଷ ରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ତଥାପି କୁପୋଷଣ ଗର୍ଭବତୀ ମହିଳା ମାନଙ୍କର ସ୍ୱାସ୍ଥ୍ୟହାନୀ ତଥା ଶିଶୁ ମୃତ୍ୟୁ ହାର ଥମିବାର ନାମ ନେଉନାହିଁ । ଆମେ ସରକାର ଙ୍କର ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିନାହୁଁ । ଆମର ପ୍ରଶ୍ନ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କାର୍ଯକରୁଥିବା ଅଧିକାରୀ ମାନଙ୍କୁ ଯେ ଯଦି ସରକାର ପ୍ରଚୁର ପରିମାଣ ରେ ଅର୍ଥ ବ୍ୟୟ କରୁଛନ୍ତି ତେବେ ଏହିଭଳି ଖାଦ୍ୟ କିଏ ଓ କେଉଁ କାରଣ ରେ ବିତରଣ କରୁଛି ବ ବିତରଣ କରିବା ପାଇଁ ଯୋଗାଇ ଦିଆଯାଇଛି । ଘଟଣା ଟି ଛୋଟ ହେଲେବି  ବହୁତ ଗୁରୁତର ।ଉକ୍ତ ଘଟଣା ଟିର ଖବର ଆସିବା ପରେ ଆମେ ପାଇକମାଲ ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜିନୀ ପ୍ରସନ୍ନ କୁଲୁ ଙ୍କୁ ଏହି ଘଟଣା ବାବଦରେ ଅବଗତ କରାଇ ଥିଲୁ । BDO ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ । ପାଇକମାଲ ର CDPO ଦାଇତ୍ୱ ରେ ଥିବା madam ଙ୍କୁ ମଧ୍ୟ ଜଣାଇ ଥିଲୁ । cdpo ମଧ୍ୟ ଅନୁରୂପ କଥା କହିବା ସହିତ ଉକ୍ତ ଲଡୁ ବିତରଣ କୁ ତୁରନ୍ତ ବନ୍ଦ କରିଦିଆଃଯାଇଥିବା ଜଣାଇଥିଲେ । କେବଳ ତଦନ୍ତ ରେ ସୀମିତ ନରହି ଏହି ଭଳି ଲାଭଖୋର ପ୍ରକୃତିର ବ୍ୟବସାୟୀ କିମ୍ବା ଗୋଷ୍ଠୀ  ମାନଂକର ବିରୋଧ ରେ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରାଯିବା ଅତି ଜରୁରୀ । ଯେଉଁମାନେ ତଦାରଖ କରିବାର ଦାୟିତ୍ୱରେ ରେ ଅଛନ୍ତି ସେମାନେ ବ୍ୟବସାୟୀ କିମ୍ବା ଗୋଷ୍ଟି ମାନଂକର ପ୍ରତି କୋଣସି ପ୍ରକାର ଅନୁକମ୍ପା ପ୍ରଦର୍ଶନ ନକରି ନିଜର ଯାଇତ୍ୱକୁ ସଠିକ ଭାବରେ ପାଳନ କଲେ ଏହିଭଳି ସମସ୍ୟା କୁ ଏଡାଇ ଦିଅ ଯାଇପାରେ କିନ୍ତୁ ତୃଣମୂଳ ସ୍ତରରେ ସବୁ ଓଲଟପାଲଟ ହେଇ ଯାଉଛି । ତେଣୁ BDO ଓ CDPO ନିଶ୍ଚିତ ଭାବରେ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଅଂଚଳର ଲୋକମାନେ ଦାବି କରିଛନ୍ତୁ  ।

0
0
0
s2sdefault