ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ , ତାମିଲନାଡୁ ଆନୁକୁଲ୍ୟରେ ଶନିବାର ଦିନ ଏକ ମିଳିତ ସଭାରେ ତାମିଲନାଡୁର ଚେନ୍ନାଇ ସହରର ଚେନ୍ନାଇ ଗେଟ୍ ୱଏ ହୋଟେଲରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ ସମାରହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ତିନି ଜଣ ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂ ପାଇଁ ଡକ୍ଟରେଟ ଉପାଧି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଓଡ଼ିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ରାଣିପେଣ୍ଟା ଶ୍ରୀ ଦୁରଗାସି ମୋହନ ବାବୁ, ସାଉଥ୍ ଡିଭିଜନ ସଂପାଦକ, ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ଭୁବନେଶ୍ୱର ସହରର ଶ୍ରୀ ଅଶ୍ୱିନୀ ସେନାପତି , ରାଷ୍ଟ୍ରୀୟ ଅଧ୍ୟକ୍ଷ , ଅନ୍ତର୍ଜାତୀୟ ମାନବାଧିକାର ମହାସଂଘଙ୍କୁ ଓ ଶ୍ରୀ ଦୁଷ୍ମନ୍ତ ବେହେରା, ଡିହସାହି ଢେଙ୍କାନାଳ ଜିଲ୍ଲାର,ଇଉଥ ସଭାପତି, ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର, ଓଡ଼ିଶା, ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ର ଚାନ୍ସେଲର ଡଃ ଏମ ପାଣ୍ଡିଆ ରାଜନ , କାମରାଜୁ ୟୁନଭରସିଟି, ମଦୁରାଇର ଅଧ୍ୟକ୍ଷ ଡ଼ଃ ଆର ସୋଲାଇମଲାଇ ଏବଂ ମୁଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଚେନ୍ନାଇ,ଓ ଡଃ ବାବୁ ବାଲକୃଷ୍ଣା, ଅଧ୍ୟକ୍ଷ ୟୁନଭେରସଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ଗଜପତି ଜିଲ୍ଲାର ଶ୍ରୀ ଦୁରଗାସି ମୋହନ ବାବୁ, ଗଜପତି, ଶ୍ରୀ ଅଶ୍ୱିନୀ ସେନାପତି , ଭୁବନେଶ୍ୱର ଓ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଉତ୍ତର ଜୋନାଲ ଉପସଭାପତି ଦୁଷ୍ମନ୍ତ ବେହେରା ,ଡିହସାହି, ହିନ୍ଦୋଳ, ଜି-ଢେଙ୍କାନାଳ ଜିଲ୍ଲା ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରି ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ତତ୍ ସଙ୍ଗେ ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୨ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଡକ୍ଟରେଟ ପୁରସ୍କାରଟି ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ବିରଳ ପୁରସ୍କାର ଏବଂ ଡକ୍ଟରେଟ ଉପାଧି ପ୍ରଦାନରେ ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗଜପତି, ଖୋର୍ଦ୍ଧା ଓ ଢେ଼ଙ୍କାନାଳ ଜିଲ୍ଲାର ର ଅନେକ ହିତାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ
ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ : ଦୁରଗାସି ମୋହନ ବାବୁଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ
- Hits: 780