ହେଡଲାଇନସ୍:

ଭୂତମୁଣ୍ଡାଇ ପୋଲ ସୁରକ୍ଷା ମଞ୍ଚର ଜଳ ସତ୍ୟାଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

02-08-18-jala.jpg - 50.64 kB

ପାରାଦୀପ(ଉପେନ୍ଦ୍ର ଗୁରୁ)  ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସଲଗ୍ନ ହୋଇଥିବା ଜାତୀୟ ରାଜପଥ (ଏନ.ଏଚ.୫)ରେ ଭୂତମୁଣ୍ଡାଇ ପୋଲ ଅବସ୍ଥିତ । ଏହି ପୋଲଉପରେ ପ୍ରତିଦିନ ହଜାର ହଜାର ଭାରିଯାନ ଯିବାଆସିବା କରିଥାଏ । ଏନ.ଏଚ. କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ୧୯୬୦ ମସିହାରୁ ହୋଇଥିବା (୫୮ବର୍ଷ) ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଯେଉଁଥିପାଇଁ ଏହି ପୋଲ ଉପରେ ଦୃର୍ଘଟଣା ମାନ ଘଟିଆସୁଛି । ନିକଟରେ ଏକ ୧୦ଚକିଆ ଟ୍ରକଟି ପୋଲ ତଳକୁ ଖସି ପଡିବା ଦ୍ୱାରା ଚାଳକ ତଥା ମାଲିକ ଅଜିତ ମଣ୍ଡଳଙ୍କର ପ୍ରାଣହାନୀ ହୋଇଥିଲା । ଏପରିକି ଫୁଟପାତରେ ଯାଉଥିବା ଲୋକମାନେ ମଧ୍ୟ ପୋଲରୁ ଗଳିପଡି ପାଣିରେ ପଡିବା ଦ୍ୱାରା ଆହତ ହେବାର ନଜିର ଅଛି ।  ଏହି ପୋଲକୁ ତରନ୍ତ କାମ କରିବା ସହ ଆଉଏକ ନୂତନ ପୋଲ ତିଆରି କରିବା ଦାବିରେ ସମାଜସେବୀ ତଥା ଭୂତମୁଣ୍ଡାଇ ପୋଲ ସୁରକ୍ଷା ମଞ୍ଚର ଆବାହକ ସତ୍ୟପ୍ରକାଶ ମହାନ୍ତିଙ୍କ ସମେତ ସତାଧିକ ଗ୍ରାମ ବାସୀମାନେ ଏକତ୍ରିତ ହୋଇ ମହାନଦୀ ଜଳରେ ଦିବା ୧୧ଘଟିକା ରୁ ଜଳ ସତ୍ୟାଗ୍ରହ କରିଥିଲେ । ଏ ଖବର ପାଇ କୁଜଙ୍ଗ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ପାରାଦୀପ ଲକ୍ ଥାନା ଅଧିକାରୀ ଚୀନ୍ମୟ ରଉତ ଘଟଣା ସ୍ଥଳରେ ପହଁଞ୍ଚି ଏନ୍.ଏଚ. କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏନ.ଏଚ. କର୍ତ୍ତୃପକ୍ଷଙ୍କ ତରଫରୁ ଯନ୍ତ୍ରୀ ବିଶ୍ୱଭୂଷଣ ବିଶ୍ୱାଳ ଘଟଣା ସ୍ଥଳରେ ପହଁଚି ୭ଦିନ ମଧ୍ୟରେ ପୋଲ କାମ କରିବା ପାଇଁ ପ୍ରତିସୃତି ଦେଇଥିଲେ  ଏବଂ ଏହାକୁ ୧କୋଟି ୭୦ଲକ୍ଷଟଙ୍କା ଏଷ୍ଟିମେଣ୍ଟ ଯାଇଛି ବୋଲି ପ୍ରତିସୃତି ଦେବାପରେ ଜଳ ସତ୍ୟାଗ୍ରହ ମାନେ ଓହରିଥିଲେ ।   

  

 

0
0
0
s2sdefault