ହେଡଲାଇନସ୍:

 ୪ମାସର ଦରମା ଟଙ୍କା ଦେବା ଦାବୀରେ ମେହେନ୍ତର ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ ଗଣଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

02-08-18-parla.jpg - 95.99 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦର ମେହେନ୍ତର ଠିକା କର୍ମଚାରୀମାନେ ଆଜିଠାରୁ ୪ମାସର ବକେୟା ଦରମା ଓ ଟଙ୍କା ତୁରନ୍ତ ଦିଆଯିବା ଦାବୀରେ ପୌର ପରିଷଦ କାର୍ଯ୍ୟାଳୟ ସାମନାରେ କାର୍ଯ୍ୟବନ୍ଦ ଓ ଗଣଧାରଣା ଆନ୍ଦୋଳନ ଅନିର୍ଦ୍ଦିଷ୍ଠ କାଳ ପାଇଁ ଆରମ୍ଭ କରିଛନ୍ତି । ଏହା ଫଳରେ ଆଜି ସକାଳ ଠାରୁ ସହର-ବସ୍ତିର ରାସ୍ତାଘାଟ, ନାଳ ପ୍ରଭୃତି ସଫେଇ କାର୍ଯ୍ୟ ବନ୍ଦ ରହିଛି । ସଫେଇ ନ ହୋଇ କୁଢ କୁଢ ମଇଳା ଅବର୍ଜନା ଏଣେତେଣେ ପଡିଥିବା ସହ ପରିବେଶ ପୁରା ଦୁର୍ଗନ୍ଧ ମୟ ହୋଇପଡିଛି ।

ମେହେନ୍ତର ଠିକା କର୍ମଚାରୀଙ୍କ ପକ୍ଷରୁ ଅଭିଯୋଗରେ କୁହାଯାଇଛି ଯେ ପାରଳା ପୌରପରିଷଦ କାର୍ଯ୍ୟାଳୟ ପାଇଁ  ଠିକାଦାର ଦ୍ୱାରା ଆମେ ୭୭ ଜଣ ମେହେନ୍ତର ନିଯୁକ୍ତି ପାଇଛି । ଖରାବର୍ଷା ଶୀତକୁ ଖାତିର ନକରି ଯଥା ସମୟରେ ପରିବେଶକୁ ତଥା ରାସ୍ତା ଘାଟ ନାଳ ପଭୃତି ସଫା ସୁତୁରା କରି ଆସୁଅଛୁ । ହେଲେ ଆମକୁ ନିୟମିତ ଦରମା ଓ ଙଋ ଟଙ୍କା ଦିଆଯାଉନି । ଦରମା ନିୟମିତ ନପାଇ ଆମ ପରିବାର ଅତି ଦୁଃଖରେ ଦିନ କାଟୁଛୁ । ବର୍ତ୍ତମାନ ସୁଦ୍ଧା ୪ମାସର ଦରମା ଟଙ୍କା ଓ ଙଋ ମିଳିନାହିଁ । ଏହାର ପ୍ରତିବାଦରେ ଏବଂ ଆମ ଦରମା ଟଙ୍କା ନମିଳିବା ପର୍ଯ୍ୟନ୍ତ ଆମେ ଏହି କାର୍ଯ୍ୟବନ୍ଦ ସହ ଗଣଧାରଣା ଆନ୍ଦୋଳନରେ ବସି ରହିବୁ ବୋଲି କହିଥିଲେ ।

ପୌରପରିଷଦର ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ ଦରମା ଟଙ୍କା ଆସନ୍ତା ୨ ଦିନ ମଧ୍ୟରେ ସମସ୍ତଙ୍କୁ ଦିଆଯିବ । କିନ୍ତୁ ଙଋ ଟଙ୍କାର ସମ୍ପୁର୍ଣ୍ଣ ବିବରଣୀ ତଥ୍ୟ କାହାର କଟିଛି କାହାର କଟି ନାହିଁ ତାହା ଭୁବନେଶ୍ୱରରୁ ଆସିବା ପରେ ଙଋ ଟଙ୍କା ଦିଆଯିବ କହିଥିଲେ ।ହେଲେ ମଧ୍ୟ ଆନ୍ଦୋଳନକାରୀ ମାନେ ତାଙ୍କ ଜିଦ୍‍ରେ ଅଟଳ ଥିଲେ ।

 

0
0
0
s2sdefault