ହେଡଲାଇନସ୍:

 ସହିଦ୍‍ ଜବାନ୍‍ ମାନଙ୍କ ପରିବାରକୁ ସମ୍ମାନ ଜଣାଇବା ଉଦେଶ୍ୟରେ ତାହାଙ୍କ ପରିବାରକୁ  ଚଳିତଥର କରାଯିବ ନିମନ୍ତ୍ରଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସ୍ୱାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ

02-08-18-udayagiri.jpg - 118.06 kBଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ :  ସ୍ଥାନୀୟ ଅତିରିକ୍ତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଭାରପ୍ରାପ୍ତ ଅତିରିକ୍ତ ଉପଜିଲ୍ଲାପାଳ ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ  ମିତାଞ୍ଜଳୀ ଦାସଙ୍କ ଅଧକ୍ଷତାରେ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଆଗାମୀ ସ୍ୱାଧିନତା ଦିବସକୁ ସୁଚାରୁରୁପେ ସମ୍ପାଦନ  ନିମନ୍ତେ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା  ଦେଶ ପାଇଁ ସହିଦ୍‍ ହୋଇଥିବା ବୀର ଜବାନ୍‍ ମାନଙ୍କ ପରିବାର କୁ ସମ୍ମାନ ଜଣାଇବା ଉଦେଶ୍ୟରେ ତାହାଙ୍କ ପରିବାରକୁ  ଚଳିତଥର ନିମନ୍ତ୍ରଣ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ  ହୋଇଥିଲା | ଏହି ବୈଠକରେ ଲୋକ ସମ୍ପର୍କ  ବିଭାଗ  ତରଫରୁ ବିଭିନ୍ନ ବର୍ଗର ବ୍ୟକ୍ତି ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କୁ ସୂଚନା ଠିକ୍‍ ଭାବରେ  ଦିଆଯାଉ ନଥିବାରୁ ଆଗ୍ରହୀ ସଂସ୍ଥା ଗୁଡିକ ପ୍ରସ୍ତୁତି ବୈଠକରେ ଯୋଗଦେଇ ପାରୁନଥିବା ଯୋଗୁଁ ବୈଠକରେ ଅସନ୍ତୋଷ ପ୍ରକାସ ପାଇଥିଲା | ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ  ତହସିଲ୍‍ଦାର ଭିକାରୀ ସାହୁ, ଅତିରିକ୍ତ ତହସିଲ୍‍ଦାର ଧରଣୀଧର ବେହେରା, ଏସ୍‍.ଡି.ପି.ଓ ଜୟକୃଷ୍ଠ ବେହେରା, ଥାନାଧିକାରୀ ବାଳକୃଷ୍ଣ କହଁର, ବ୍ଳକ୍‍ ଅଧକ୍ଷା ଶ୍ରୀମତୀ ଦିପ୍ତିରେଖା ପ୍ରଧାନ, ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ପାଳ, ପତିତ ପାବନ ସାହୁ, ଦେବନାଥ ଦଳବେହେରା, ଗଗନ ପ୍ରଧାନ, ଚନ୍ଦ୍ର ଶେଖର ପାଢି, ରାମକୃଷ୍ଣ ଚୌଧୁରୀ, ବଣିକ ସଂଘର ସମ୍ପାଦକ  ସନ୍ତୋଷ କୁମାର ଆଚାର୍ଯ୍ୟ, ଆଇନଜୀବି ଦିପକ ଭରଦ୍ୱାଜ, କୁଇସମାଜ ସଭାପତି ଭିମସେନ ପ୍ରଧାନ,  ସୁଚନା ଓ ଲୋକ ସମ୍ପର୍କ  ଅଧିକାରୀ ପ୍ରଦିପ୍ତ ଗୁରୁମାଇଙ୍କ ସମେତ ଅଞ୍ଚଳରେଥିବା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ, ବରିଷ୍ଠ ନାଗରୀକ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନକରିଥିଲେ |

0
0
0
s2sdefault