ହେଡଲାଇନସ୍:

ଆଇନ ସଚେତନତା ଶିବିର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-08-18-aaina1.gif - 202.08 kB

ପଦ୍ମପୁର(ନୀଳ ଦୀପ)-- ଆଇନ ସେବା ପ୍ରାଧିକରଣ, ପଦ୍ମପୁର ଆନୁକୁଲ୍ୟରେ ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟଠାରେ ବାଳ ଅପରାଧ ଏବଂ ବାଧ୍ୟତାମୁଳକ ଆଇନ ସମ୍ବନ୍ଧିତ ଏକ ସଚେତନତା ଶିବିର ଗତ ବୁଧବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ବାଳ ଅଧିକାର, ସରକାରୀ ସହାୟତା, ଶିଶୁଶ୍ରମିକ ପ୍ରଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା, ଶିଶୁ ଯୌøନ ନିର୍ଯ୍ୟାତନା ଓ ତାହାର ଆଇନଗତ ଦିଗ ଉପରେ ପଦ୍ମପୁର ଏସଡିଜେଏମ ଏସ.କେ.ଦେହୁରୀଙ୍କ ସମେତ ରେଜଷ୍ଟ୍ରାର ସିଭିଲ କୋର୍ଟ, ସିଭିଲ ଜଜ, ପବ୍ଲିକ ପ୍ରସିକ୍ୟୁଟର, ଆଇନଜିବୀ ପ୍ରମୁଖ ଆଲୋଚନା କରିଥିଲେ  । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମ·ରୀ ଉପସ୍ଥିତ ଥିଲେ  ।  

0
0
0
s2sdefault