ହେଡଲାଇନସ୍:

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେସନ ଉଦ୍‌ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ ପରିସରରେ ମାନ୍ୟବର ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ -ଏସ୍‌.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲ ଷ୍ଟେସନ ଉଦ୍‌ଘାଟିତ ହୋଇ ଯାଇଛି।

ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ -ଡ. ବି.ଆର୍‌. ଷଢଙ୍ଗୀ ଯୋଗ ଦେଇଥିଲେ ।ସେହିଭଳି ଭର୍ଚ୍ୟୁଆଲ ମାଧ୍ୟମରେ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ମାନେ ଯୋଡି ହୋଇଥିବା ବେଳେ ଜିଲ୍ଲା ଦୈରାଜଜ୍ ଶ୍ରୀ -ସତ୍ୟପୀର ମିଶ୍ର , ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ନିରୀକ୍ଷଣ ତଥା ମାଷ୍ଟର ଟ୍ରେଇନର) ଶ୍ରୀ -ପ୍ରଭାକର ଗଣ୍ଠିଆ , ଗଜପତି ଜିଲ୍ଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ତଥା ମାଷ୍ଟର ଟ୍ରେଇନର ଶ୍ରୀ -ଚିନ୍ମୟ ମିଶ୍ର , ପାରଳାଖେମୁଣ୍ଡି ବାର ଏସୋସିଏସନର ସଭାପତି ଶ୍ରୀ -ରାମନାଥ ମିଶ୍ର , ସମ୍ପାଦକ ଶ୍ରୀ -ଏମ୍‌.ପୃଥୀବୀରାଜ ପ୍ରମୁଖ ଉପସ୍ଥିତଥିଲେ।
ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ -ମୂରଲୀଧର ଏହିି ଅବସରରେ କହିଥିଲେ ଯେ, ଇ-ଫାଇଲିଂ ବ୍ୟବସ୍ଥା ଦ୍ୱାରା ଜଣେ ନ୍ୟାୟାଳୟକୁ ନ ଆସି ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ମାମଲା ଦାଖଲ କରିବା , ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହୋଇପାରିବା, ଅପଲୋଡ ହୋଇଥିବା ଆଦେଶ ତଥା ବିଚାର ଗୁଡିକ ସ୍ୱୟଂଚାଳିତ ଭାବରେ ଆଇନଜୀବୀମାନଙ୍କୁ ସୂଚିତ କରାଯିବା, ଡାଟା ଏଣ୍ଟ୍ରି ତ୍ରୁଟିକୁ କମାଇବା ପାଇଁ ପ୍ରାବଧାନ ଦିଆଯାଇଥିବା ବେଳେ ତଥ୍ୟ ଗୁଡିକ ସ୍ୱଚ୍ଛ ଏବଂ ଦ୍ରୁତ ଭାବେ କିପରି ପହଞ୍ଚିପାରିବ ସେନେଇ ବିସ୍ତୃତ ଭାବେ କହିଥିଲେ। ଏହାସହ ଏ ସମ୍ବନ୍ଧୀୟ ସହାୟତା ପାଇଁ ଇ-ଫାଇଲିଂ ଷ୍ଟେସନ ସହିତ ଯୋଗା ଯୋଗ କରିବାପାଇଁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

0
0
0
s2sdefault