ହେଡଲାଇନସ୍:

ଡିସିବି ବ୍ୟାଙ୍କ୍ ପକ୍ଷରୁ ଓଡ଼ିଶାରେ ନେଟୱାର୍କ ସମ୍ପ୍ରସାରଣ; ଭୁବନେଶ୍ୱରରେ ୫୦ତମ ଶାଖା ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜୁନାଗଡ଼ (କଳାହାଣ୍ଡି), ଖରିଆର (ନୁଆପଡ଼ା) ଓ ପଦମପୁର (ବରଗଡ଼)ରେ ମଧ୍ୟ ଶାଖା ଖୋଲାଯାଇଛି

  • ଋାଜ୍ୟରେ ବ୍ୟକ୍ତିବିଶେଷ, କ୍ଷୁଦ୍ର ଓ ଅଣୁ ସଂସ୍ଥା ଓ କୃଷି ବ୍ୟବସାୟକୁ ସେବା ଯୋଗାଇବ

ଭୁବନେଶ୍ୱର: ନୂଆ ପିଢ଼ିର ଘରୋଇ କ୍ଷେତ୍ରର ବ୍ୟାଙ୍କ୍, ଡିସିବି ବ୍ୟାଙ୍କ୍ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ର ଏକ ଆବାସିିକ ଓ ବାଣିଜ୍ୟିକ ସ୍ଥଳ ଚନ୍ଦ୍ରଶେଖରପୁର ଠାରେ ଓଡ଼ିଶାର ୫୦ତମ ଶାଖାକୁ ଖୋଲାଯାଇଥିବା ବିଷୟରେ ଘୋଷଣା କରାଯାଇଛି।
ଓଡ଼ିଶାରେ ଡିସିବି ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣର ଅଂଶ ସ୍ୱରୂପ ଏହି ନୂଆ ଶାଖା ଗ୍ରାହକମାନଙ୍କୁ ସଂଚୟ ଓ ଚଳନ୍ତୀ ଖାତା (କାସା), ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ଏବଂ ବିଭିନ୍ନ ଋଣ ଉତ୍ପାଦ ଭଳି ରିଟେଲ୍ ବ୍ୟାଙ୍କିଙ୍ଗ୍ ସେବାର ଏକ ବର୍ଗମାଳା ପ୍ରଦାନ କରିବ। ଏହା ଚାଷୀ, କୃଷି, ଅଣୁ ଓ କ୍ଷୁଦ୍ର ବ୍ୟବସାୟୀ, ପଟ୍ଟଚିତ୍ର କାରିଗରଙ୍କ ଭଳି ସ୍ଥାନୀୟ କାରିଗର, କ୍ଷୁଦ୍ର ସଡ଼କ ପରିବହନ ଅପରେଟର୍ (ଏସ୍ଆର୍ଟିଓ) ଓ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାର ଋଣ ପ୍ରଦାନ କରିବ। ଏହି ଶାଖା ସୁନା ଋଣ ଏବଂ ଏମ୍ଏସ୍ଏମ୍ଇ କୁ ଋଣ ଦେବା ବ୍ୟତୀତ ଟ୍ରାକ୍ଟର, ହାଇ-ଟେକ୍ ଚାଷ, ଶିକ୍ଷାନୁଷ୍ଠାନକୁ ଋଣ, ଖୁଚୁରା ମାଇକ୍ରୋଫାଇନାନ୍ସ ଋଣ ଓ ଚାଷୀଙ୍କୁ କିସାନ୍ କ୍ରେଡିଟ୍ କାର୍ଡ ପ୍ରଦାନ କରିବ। ସୁଲଭ ବାସଗୃହ ପ୍ରତି ଧ୍ୟାନ ଦେଉଥିବା ନିର୍ମାଣ ପ୍ରକଳ୍ପଗୁଡ଼ିକୁ ମଧ୍ୟ ବ୍ୟାଙ୍କ୍ ଫାଇନାନ୍ସ ପ୍ରଦାନ କରିବ।
ଡିସିବି ବ୍ୟାଙ୍କ୍ ପକ୍ଷରୁ ଏକସଙ୍ଗେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, ନୂଆପଡ଼ା ଜିଲ୍ଲାର ଖରିଆର ଓ ବରଗଡ଼ ଜିଲ୍ଲାର ପଦମପୁର ଠାରେ ଶାଖା ଖୋଲାଯାଇଛି।
ଡିସିବି ବ୍ୟାଙ୍କ୍ ଲାଗି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶ ପ୍ରତି ବ୍ୟାଙ୍କ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏବଂ ସମାଜର ନିମ୍ନ-ଆୟ ଓ ଆର୍ଥିକ ଦୁର୍ବଳ ସଦସ୍ୟଙ୍କ ମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇଛି। ୨୦୧୨ରେ ରାଜ୍ୟର ପ୍ରଥମ ଶାଖାକୁ ବରଗଡ଼ରେ ଖୋଲିବା ପରଠାରୁ ବ୍ୟାଙ୍କ୍ ଗ୍ରାହକକମାନଙ୍କୁ ସୁନା ଓ ଟ୍ରାକ୍ଟର ଋଣ, ବାଣିଜ୍ୟିକ ଯାନ ଋଣ ଓ ଲଘୁ ବ୍ୟବସାୟ ଋଣ ପ୍ରଦାନ କରିଛି। ବର୍ତମାନ, ଓଡ଼ିଶାରେ ୪୬ ଶାଖା ଜରିଆରେ ଡିସିବି ବ୍ୟାଙ୍କ୍ ୧,୦୦,୦୦୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ଚନ୍ଦ୍ରଶେଖରପୁର ଓ ଅନ୍ୟାନ୍ୟ ସ୍ଥାନରେ ନୂଆ ଶାଖା ଏହାର ବ୍ୟବସାୟ ପରିଚାଳନା ଓ ଗ୍ରାହକ ସଂଖ୍ୟାକୁ ଆହୁରି ସମ୍ପ୍ରସାରିତ କରିବ।
ଡିସିବି ବ୍ୟାଙ୍କ୍ ଏଗ୍ରି ଓ ଇନ୍କ୍ଲୁସିଭ୍ ବ୍ୟାଙ୍କିଙ୍ଗ୍ ମୁଖ୍ୟ ନରେନ୍ଦ୍ରନାଥ ମିଶ୍ର କହିଛନ୍ତି ଯେ, “ଓଡ଼ିଶାରେ ଏହାର ୫୦ତମ ଶାଖା ଖୋଲି ଡିସିବି ବ୍ୟାଙ୍କ୍ ଉଲ୍ଲସିତ ଯାହା କେବଳ ବ୍ୟାଙ୍କ୍ ପାଇଁ ନୁହେଁ ବରଂ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ରାଜ୍ୟର ଅର୍ଥନୈତିକ ବିକାଶ ଓ ଏହାର ଲୋକମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସହିତ ଡିସିବି ବ୍ୟାଙ୍କ୍ ନିବିଡ଼ ଭାବେ ଜଡ଼ିତ ରହିଛି। ଚନ୍ଦ୍ରଶେଖରପୁର ରେ ନୂଆ ଶାଖା ବ୍ୟକ୍ତିବିଶେଷଙ୍କ ସମେତ କ୍ଷୁଦ୍ର ଓ ମଧ୍ୟମ ଆକାରର, ଏଗ୍ରି ଓ ଖୁଚରା ବ୍ୟବସାୟକୁ ସେବା ପ୍ରଦାନ କରିବ ଏବଂ ସେମାନଙ୍କୁ ବଢ଼ିବା ଓ ସମୃଦ୍ଧ ହେବାରେ ସହାୟକ ହେବ। ଡିସିବି ବ୍ୟାଙ୍କ୍ ସାରା ଓଡ଼ିଶାରେ ଏହାର ନେଟ୍ୱର୍କକୁ ସମ୍ପ୍ରସାରଣ କରିବା ଏବଂ ଏକ ବିବିଧ ଗ୍ରାହକ ସଂଖ୍ୟାକୁ ଏହାର ସେବା ଯୋଗାଇ ଦେବାକୁ ଚାହିଁରହିଛି।’’
ଗୋଷ୍ଠୀ ବିକାଶ ଓ ନିରନ୍ତର ଜୀବନଜୀବିକା ହେଉଛି ଡିସିବି ବ୍ୟାଙ୍କ୍ ମୂଲ୍ୟବୋଧର ଏକ ଅବିଚ୍ଛେଦ୍ୟ ଅଂଶ।
ବିଗତ ୩ ବର୍ଷରେ ଓଡ଼ିଶାର କଟକ ଜିଲ୍ଲାର ବାଙ୍କି ବ୍ଲକର ୧୦ଟି ଗ୍ରାମର ମହିଳା ଓ ସ୍ଥାନୀୟ ଗୋଷ୍ଠୀ ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଲାଗି ଅଂଶଗ୍ରହଣ କରିଛନ୍ତି।
ଏହି ପ୍ରକଳ୍ପରେ ଜଳ ଅମଳ ଢ଼ାଂଚା ଗଠନ, ସୃଷ୍ଟି ଓ ମରାମତି କରାଯାଇଛି ଯାହାଦ୍ୱାରା ନିରନ୍ତର ଜୀବନଜୀବିକା ଲାଗି ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟକଳାପ ମଧ୍ୟରେ ସାମିଲ ରହିଛି ଜଳ ଅମଳ ଢ଼ାଂଚା ସ୍ଥାପନ କରିବା, ଗ୍ରାମ୍ୟ ପୋଖରୀର ପୁନରୁଦ୍ଧାର, ନିରବଚ୍ଛିନ୍ନ ଫଳ ପ୍ରଦାନକାରୀ ବୃକ୍ଷରୋପଣ ଓ ଲାଭକାରୀ ଫସଲ ଏବଂ ଉଦ୍ୟାନ କୃଷିରେ ଉନ୍ନତି ଆଣିବା।
ବ୍ୟାଙ୍କିଙ୍ଗ୍ ଓ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ ଜରିଆରେ ବ୍ୟାଙ୍କ୍ ଓଡ଼ିଶାର ସାମଗ୍ରିକ ବିକାଶରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଆସୁଛି।

0
0
0
s2sdefault