ଗଣିଆ(ତରୁଣ କୁମାର ଅମାୟନ୍ତ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଡକଟା ପଞ୍ଚାୟତର ସମିତି ସଭ୍ୟା ଝୁନା ଜେନା। ସେ ତାଙ୍କ ପ୍ରତିଦ୍ବନ୍ଦୀଙ୍କ ଠାରୁ ୨ଟି ଭୋଟରେ ବିଜୟ ହାସଲ କରିଛନ୍ତି। ନୂତନ ଅଧ୍ୟକ୍ଷାଙ୍କୁ ଆଡକଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଶାଳ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ଆଡକଟାରେ ବିଜୁ ଜନତା ଦଳର କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଆଡକଟା ପଞ୍ଚାୟତକୁ ପ୍ରଥମଥର ପାଇଁ ବ୍ଲକ ଅଧ୍ୟକ୍ଷ ପଦବୀ ଯାଇଥିବାରୁ ଆଗାମୀ ଦିନରେ ପଞ୍ଚାୟତର ଅନେକ ଉନ୍ନତି ହେବ ବୋଲି ଗ୍ରାମବାସୀ ଆଶା କରିଛନ୍ତି। ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ, ଗମନାଗମନ, ବିଦ୍ୟୁତ୍ ସମସ୍ୟାକୁ ସଂପୂର୍ଣ୍ଣ ଭାବେ ସୁଧାରିବାକୁ ଚେଷ୍ଟା କରିବେ ବୋଲି ନୂତନ ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଛନ୍ତି।
ରାଜ୍ୟ
ନୂତନ ଅଧ୍ୟକ୍ଷାଙ୍କୁ ଭବ୍ୟ ସମ୍ବର୍ଦ୍ଧନା
- Hits: 313