ପଦ୍ମପୁର :-ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ସଭା ପ୍ରକୋଷ୍ଠରେ ଓଡିଶା ରାଜ୍ୟ ଏଡ୍ସ ନିୟଂତ୍ରଣ ସମିତି ଭୁବନେଶ୍ୱର ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀ ଚରଣ ଦୁବେ ଙ୍କ ସଭାପତିତ୍ୱ ରେ ଏଚ ଆଇ ଭି / ଏଡ୍ସ ସଂକ୍ରମିତ ମା ଠାରୁ ଶିଶୁ କୁ ସଂକ୍ରମଣ ରୋକିବା ଉପରେ ଯୁବ ପିଢ଼ି ଙ୍କ ଭୂମିକା ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଶ୍ରୀଯୁକ୍ତ ଚିନ୍ତାମଣି ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିଲେ |ଉପଖଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଦ୍ମପୁର ର ଆଇ ସି ଟି ସି କାଉନସିଲର ଶ୍ରୀ ଚିନ୍ତାମଣି ପଣ୍ଡା ଏବଂ ବରଗଡ଼ ଜିଲ୍ଲା ଆହାନା ପି ପି ଟି ସି ଟି ର କ୍ଷେତ୍ର ସଂଯୋଜକ ଶ୍ରୀ ଅକ୍ଷୟ କୁମାର ପଶାୟତ ଏଚ ଆଇ ଭି ସଂକ୍ରମିତ ମାଁ ଠାରୁ ଜନ୍ମିତ ଶିଶୁ କୁ ଏଚ ଆଇ ଭି ସଂକ୍ରମଣ ରୋକିବାର ପଦ୍ଧତି, ଅନୁଷ୍ଠାନିକ ସୁବିଧା ଉପରେ ବିଶେଷ ବିବରଣୀ ଦେଇଥିଲେ |ସମାଜରେ ଏହି ପିପିଟିସିଟି କାର୍ଯ୍ୟକ୍ରମ ର ସଚେତନତା ରେ ଯୁବ ପିଢ଼ି ର ଦାୟିତ୍ୱ ଉପରେ ଶ୍ରୀ ଚିନ୍ତାମଣି ପଣ୍ଡା ବିଶେଷ ଆଲୋକପାତ କରିଥିଲେ |ସ୍କୁଲ ର ଦଶମ ଶ୍ରେଣୀ ର ଛାତ୍ରା ମାନଙ୍କ ଉପସ୍ଥିତି ରେ ଶ୍ରୀ ଚିନ୍ତାମଣି ସାହୁ ଏହି ସଚେତନତା କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦିତ କରି ଧନ୍ୟବାଦ ଅର୍ପଣ କରି ସାଫଲ୍ୟମଣ୍ଡିତ କରିଥିଲେ |
ରାଜ୍ୟ
ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏଚ ଆଇ ଭି / ଏଡ୍ସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସଚେତନତା ଶିବିର
- Hits: 900