ଆଠମଲ୍ଲିକ(ସନ୍ତୋଷ ମେହେର) :ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଂଚାୟତରେ ନୁଆ କରି ବିଜୟୀ ହୋଇଥିବା ସରପଞ୍ଚ କଳ୍ପନା ଡାଙ୍ଗ ଆଜି ପଂଚାୟତରେ 6ଜଣ ଭତ୍ତାରୁ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନିଜସ୍ୱ ଅର୍ଥରୁ ଭତ୍ତା ପ୍ରଦାନ କରିଛନ୍ତି I କଳ୍ପନାଙ୍କ ସୂଚନା ମୁତାବକ ପଂଚାୟତରେ କେତେଙ୍କ ଲୋକଙ୍କ ଭୋଟର କାର୍ଡରେ ତ୍ରୁଟି ଯୋଗୁଁ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି | ତେଣୁ ଲୋକଙ୍କ ପ୍ରତି ଖାସ କରି ଯୋଗ୍ୟ ହିତାଧୀକାରୀଙ୍କ ପ୍ରତି ହୋଇଥିବା ଅବିଚାର ଓ ଅସୁବିଧା ପାଇଁ ଆମେ ଦୁଃଖିତ | ଯଥା ଶୀଘ୍ର ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବି ଏବଂ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଭତ୍ତା ନ ମିଳିବା ପର୍ଯ୍ୟନ୍ତ ନିଜସ୍ୱ ଅର୍ଥରୁ ଲୋକଙ୍କୁ ଭତ୍ତା ପ୍ରଦାନ କରିବି | ଆମମାନଙ୍କ ସର୍ବୋପରି ବ୍ୟବସ୍ଥାରେ ରହିଥିବା ତ୍ରୁଟି ପାଇଁ ସେମାନେ କାହିଁକି ଅସୁବିଧାରେ ଦିନ କାଟିବେ ବୋଲି ନବ ନିର୍ବାଚିତ ସରପଞ୍ଚ କଳ୍ପନା ସୂଚନା ଦେଇଛନ୍ତି I ସରପଞ୍ଚ କଳ୍ପନାଙ୍କ ଏଭଳି ମହନୀୟତା ଓ ପ୍ରତିବଦ୍ଧତା ପାଇଁ ସ୍ଥାନୀୟ ଅଂଚଳର ଜନସାଧାରଣ ଭୁୟସୀ ପ୍ରଶଂସା କରୁଛନ୍ତି I
ରାଜ୍ୟ
ଭତ୍ତାରୁ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନିଜସ୍ୱ ଅର୍ଥରୁ ଭତ୍ତା ପ୍ରଦାନ କଲେ ସରପଞ୍ଚ
- Hits: 753