ହେଡଲାଇନସ୍:

ସହରରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ପୌରାଧକ୍ଷା ପ୍ରାର୍ଥୀ ମିଲନୀଙ୍କୁ ଭୋଟ ଦିଅନ୍ତୁ - ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ୱାର୍ଡ ନଂ୨କଂଗ୍ରେସ ପ୍ରାର୍ଥିନୀ ସୁଜାତା ଓ ୧୯ନଂରେ ସତ୍ୟବ୍ରତଙ୍କ ପାଇଁ ନରସିଂହ ପ୍ରଚାର

ବଲାଙ୍ଗିର: ଅଂଚଳର ବିକାଶ ପାଇଁ ଲୋକେ ୨୦୧୪ ମସିହାରେ ବଡ ପରିବର୍ତ୍ତନ ଆଣିଥିଲେ। ତା ପରେ ଆମ ସହର ବିକାଶ ଧାରା ରେ ଆଗଇ ଆଗାଇ ଚଲିଛି। ସହରର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ସହରବାସୀ ପାଖକୁ ତାହାର ଫାଇଦା ପହଞ୍ଚାଇବାରେ ପୌରପାଳିକାର ଭୁମୀକା ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବିଗତ ତିନି ପାଳି ହେବ ବିଜେଡି ଦଳ ଅଧିନରେ ଥିବା ପୌରପାଳିକା ଓ ପୌର ପରିଷଦର ଅପାରଗତା ଯୋଗୁଁ ସହରବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଯେପରି ଲୋକେ ବିଜେଡି ବିଧାୟକଙ୍କୁ ତାଙ୍କର ଅପାରଗତା ପାଇଁ ୨୦୧୪ମସିହାରେ ଉଚିତ ଜବାବ ଦେଇଥିଲେ। ସେହିପରି ସହରର ବିକାଶ ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପୌର ନିର୍ବାଚନରେ ବଲାଙ୍ଗିରବାସୀ ଗତ ତିନି ପାଳିର ଅପାରଗ ବିଜେଡି ଦଳକୁ ପ୍ରତ୍ୟଖ୍ୟାନ କରନ୍ତୁ। ଆମ ବଲାଙ୍ଗିର ସହରର ସର୍ବାଙ୍ଗୀନ ବିକାଶ ପାଇଁ କଂଗ୍ରେସର ପୌରଧ୍ୟକ୍ଷା ପ୍ରାର୍ଥୀନୀ ମିଲନୀ ସାହୁ ଓ ୱାର୍ଡ ନଂ ୨ରେ କାଉନସିଲର ପ୍ରାର୍ଥୀନୀ ସୁଜାତା ପୋଢ ତଥା ୱାର୍ଡ ନଂ ୧୯ରେ ସତ୍ୟବ୍ରତ ବଗର୍ତ୍ତୀଙ୍କୁ ବିପୁଳ ମାତ୍ରା ଭୋଟ ଦାନ କରନ୍ତୁ ବୋଲି ବଲାଙ୍ଗିର ବିଧାୟକ ପୌର ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି। ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ବିକାଶ ଏକ ନିରନ୍ତନ ପ୍ରକ୍ରୀୟା। କିନ୍ତୁ ଗୋଟିଏ ଦଳ ବାରମ୍ବାର ଲୋକଙ୍କ ଭୋଟ ପାଉଥିବା ଯୋଗୁଁ, ସରକାରୀ ଦଳ ଲୋକଙ୍କ ଆବଶ୍ୟକତାକୁ ନଜର ଅନ୍ଦାଜ କରି ଏଠାରେ ନିଜର ମନମୂଖୀ ଶାସନ ଚଳାଇଛି। ଗତ ତିନି ଥର ହେବ ଲୋକେ ଏହି ସରକାରୀ ଦଳକୁ ପରଖି ସାରିବା ପରେ ଏଥର ମଧ୍ୟ ଉକ୍ତ ଦଳକୁ ଭୋଟ ଦେଲେ ତାହା ଆତ୍ମଘାତି ପ୍ରମାଣିତ ହେବ। ବଲାଙ୍ଗିର ପୌରପାଳିକାରେ ଗାଦୀସିନ ଥିବା ସରକାରୀ ଦଳର ନେତାମାନେ ଏଠାରେ ପରିମଳ ବ୍ୟବସ୍ଥା, ବର୍ଯ୍ୟବସ୍ତୁ ପରିଚାଳନା, ରୋଡ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ବାଟ ମାରଣା କରିବା ସହ ସହରରେ ଥିବା ବନ୍ଧ ପୋଖରୀ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ରଖିଛନ୍ତି। ତେଣୂ ମୋର ଅନୁରୋଧ, ଏହି ପୌର ନିର୍ବାଚନରେ ଆପଣମାନେ ପୁର୍ବ ଭୁଲକୁ ଦୋହରାନ୍ତୁ ନାହିଁ। ଏଥର ସହରର ବିକାଶକୁ ଆହୁରି ବିକାଶ କରିବା ପାଇଁ କଂଗ୍ରେସର ପୌରଧକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ତଥା କାଉନସିଲର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ। ଆମେ ଦୃଢ ପ୍ରତିଶୃତି ଦେଉଛୁ ବଲାଙ୍ଗିରର ସଂପୁର୍ଣ୍ଣ ବିକାଶ ହେବ। ସେହିପରି କଂଗ୍ରେସ ର ପୌରାଧକ୍ଷା ପ୍ରାର୍ଥିନୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଲୋକେ ବାହୁ ବଳ କିମ୍ବା ଅର୍ଥବଳ ଦ୍ୱାରା ପ୍ରଭାବିତ ନହୋଇ କେବଳ ଉଜ୍ଜ୍ୱଳ ଭବିଷ୍ୟତକୁ ନଜରରେ ରଖି ଉଚିତ ପ୍ରାର୍ଥି ଚୟନ କରନ୍ତୁ। କଂଗ୍ରେସ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ସାଥି ହେବା ସହ ବିଭୀନ୍ନ ଜନାଭୀମୁଖୀ ଯୋଜନା କରି ବିକାଶ ପ୍ରକ୍ରୀୟାକୁ ଆଗକୁ ନେଇଛି। ତେଣୁ ଏଥର ବଲାଙ୍ଗିରବାସୀ ପୌରଧ୍ୟକ୍ଷା ପ୍ରାର୍ଥି ଭାବେ ମୋତେ ତଥା ସମସ୍ତ ୨୧ଟି ୱାର୍ଡରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୂକ୍ତ କରନ୍ତୁ। ଆମେ ନିଶ୍ଚିତ ଭାବେ ଆପଣଙ୍କ ବିଶ୍ୱାସ ବଜାୟ ରଖିବୁ ବୋଲି କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମମାନଙ୍କରେ ନଗର ସଭାପତି ବୁଲୁ ଦାନୀ, ଛାତ୍ର ସଭାପତି ଅଙ୍କିତ ସାହୁ, ଲୋପନ ମିଶ୍ର, ଚିଣ୍ଟୁ ପଣ୍ଡା, ଟିଟୁ ମହାନ୍ତ. ବିଦ୍ୟାଧର ସାହୁ,ବ୍ରହ୍ମା ବଗର୍ତ୍ତୀ ଓ ରବିନ୍ଦ୍ର ପାଣୀଗ୍ରାହି ଉପସ୍ଥିତ ଥିଲେ।

0
0
0
s2sdefault