ଭୁବନେଶ୍ୱର : ଓଡିଶା ବିଜେପି ଅଭ୍ୟାସଗତ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିବା ସହତି ସେମାନଙ୍କୁ ଦ୍ୱନ୍ଦରେ ପକାଇବାକୁ ଚେଷ୍ଟା କରୁଛି। ଏଭଳି କାର୍ଯ୍ୟ ପାଇଁ ଓଡିଶାର ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିବାବେଳେ ଓଡିଶା ବିଜେପି ଏଥିରୁ କିଛି ଶିଖିପାରୁ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତପାତ୍ର।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ଓଡ଼ିଶା ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କର ଆଜିର ବିବୃତ୍ତିରୁ ଏହା ପ୍ରତିଫଳନ ହେଉଛି। ରାଜନୈତିକ ଫାଇଦା ହାସଲ କରିବାକୁ ସେ ପୁନର୍ବାର ଲୋକଙ୍କୁ ଦ୍ୱନ୍ଦରେ ପକାଇବା ଏବଂ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଭଳି କୌଶଳ ଓଡ଼ିଶା ବିଜେପିର ଜାରି ରହିଛି ଏବଂ ସେମାନଙ୍କୁ ଓଡ଼ିଶାର ଲୋକମାନଙ୍କଠାରୁ ଏହା ଆହୁରି ଦୂରେଇ ଦେବ। ଆମେ ଆଶା କରୁଛୁ ଓଡିଶା ବିଜେପିର ଜ୍ଞାନଉଦୟ ହେଉ ଏବଂ ସେମାନେ ବୁଝନ୍ତୁ ଯେ ଓଡିଶାର ଲୋକମାନେ ବୁଦ୍ଧିମାନ ଓ ସ୍ମାର୍ଟ। ସେମାନେ ଓଡିଶା ବିଜେପିର ଏପରି ଶସ୍ତା କୌଶଳ ଦେଖୁଛନ୍ତି ଓ ଏଥିପାଇଁ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। ଆଗାମୀ ଦିନରେ ବି ସେମାନଙ୍କୁ ପୁନର୍ବାର ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି।
ରାଜ୍ୟ
ଓଡିଶାବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ ପାଇଁ ବିଜେପି ଚେଷ୍ଟା ଚଳାଇଛି: ବିଜେଡି
- Hits: 601