ହେଡଲାଇନସ୍:

ଏନଏସି ଅଧ୍ୟକ୍ଷ ପଦବୀ ନିମନ୍ତେ ବିଜେଡି ପକ୍ଷରୁ ନାମାଙ୍କନ ଭରିଲେ ଗୋପବନ୍ଧୁ ମହାପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର/ନିଲୁ ବିଷୋୟୀ : ପୌର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଭଞ୍ଜନଗର ସହରରେ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି।ଗତ ୪ଦିନ ହେଲା ଏନଏସି ନିର୍ବାଚନ ପାଇଁ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିଲା ବେଳେ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଜେଡ଼ି ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଘରୋଇ ବସ ମାଲିକ ସଂଘ ସଭାପତି ଗୋପବନ୍ଧୁ ମହାପାତ୍ର ଅନ୍ୟାନ୍ୟ କାଉନସିଲର ପ୍ରାର୍ଥୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଏହା ଭଞ୍ଜନଗର ବ୍ଲକ ଛକରୁ ମେନ ରୋଡ଼ ଦେଇ ଏନଏସି କାର୍ଯ୍ୟଳୟ ରେ ପହଞ୍ଚି ଥିଲା।ରାସ୍ତା ସାରା ଗୋପବନ୍ଧୁଙ୍କ ବହୁ ସମର୍ଥକ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏନଏସି କାର୍ଯ୍ୟାଳୟ ଠାରେ ସାଂସଦ ପ୍ରତିନିଧି ଦିବାକର ନାୟକ,ଆସିକା ସମବାୟ ବ୍ୟାଙ୍କ ସଭାପତି ବିରେନ୍ଦ୍ର କେଶରୀ ଆରୁଖ ଓ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଗୋପବନ୍ଧୁ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ତଥା ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ନିକଟରେ ଦାଖଲ କରିଥିଲେ।ସେହିପରି ଭଞ୍ଜନଗର ଏନଏସି ର ସମସ୍ତ ୧୫ଟି ୱାର୍ଡରେ ବିଜେଡିର କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇ ନଥିବା ବେଳେ ହାତରେ ଆଉ ମାତ୍ର ଦିନଟିଏ ସମୟ ରହିଲା।ଆଜିର ଶୋଭାଯାତ୍ରା ସମୟରେ ବିଜେଡ଼ି ପ୍ରତି ଅଭୂତପୂର୍ବ ଜନ ସମର୍ଥନ ଥିବା ଦେଖିବାକୁ ମିଳିଥିଲା।

0
0
0
s2sdefault