ବାସୁଦେବପୁର(ପ୍ରତାପ ପାଢ଼ୀ) - ନିର୍ବାଚନ କମିଶନ ଙ୍କ ଠାରୁ ପୌର ନିର୍ବାଚନ ପାଇଁ ଘୋଷଣା ପରେ ବାସୁଦେବପୁର ରେ ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ବାସୁଦେବପୁର ରେ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସରୁ ପ୍ରାର୍ଥୀ ମାନେ ଜାରି ରଖିଛନ୍ତି ନାମାଙ୍କନ ପତ୍ର ଦାଖଲ। ବାସୁଦେବପୁର ପୌର ଅଧ୍ୟକ୍ଷା ପାଇଁ ବିଜେପି ପକ୍ଷରୁ ବରିଷ୍ଟ ସମାଜସେବୀ, ବରିଷ୍ଟ ସାମ୍ବାଦିକ କିଶୋର ମହାପାତ୍ର ଙ୍କ ସହଧର୍ମିଣୀ ପୁଷ୍ପାଞ୍ଜଳି ମହାପାତ୍ର ସ୍ଥାନୀୟ ନେତା ମାଧବା ନନ୍ଦ ମଲ୍ଲିକ, ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ହରପ୍ରିୟା ସାହୁ, ଙ୍କ ଉପସ୍ଥିତ ରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ବିଜେପି ପକ୍ଷରୁ ଏକ ବିଶାଳ ଶୋଭା ଯାତ୍ରା ରେ ପୌର ଅଧ୍ୟକ୍ଷା ପ୍ରାର୍ଥୀ ଙ୍କ ସହ ବିଭିନ୍ନ ୱାର୍ଡ ରୁ ବିଜେପି ପ୍ରାର୍ଥୀ ମାନେ ଆସି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ବାସୁଦେବପୁର ରେ ବିଭିନ୍ନ ୱାର୍ଡ ରୁ ପ୍ରାର୍ଥୀ ମାନେ ଜାରି ରଖିଛନ୍ତି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ରେ ରବିବାର ବିଜେପି ପକ୍ଷରୁ ୧୬ ଜଣ, କଂଗ୍ରେସ ଓ ବିଜେଡି ପକ୍ଷରୁ ଚାରିଜଣ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ରାଜ୍ୟ
ବାସୁଦେବପୁର : ବିଜେପି ପକ୍ଷରୁ ପୌର ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପୁଷ୍ପାଞ୍ଜଳି ମହାପାତ୍ର
- Hits: 486