ହେଡଲାଇନସ୍:

ବରପଡା ସ୍ଥିତ ବାଲୁଙ୍କେଶ୍ୱର ମହାଦେବ ଙ୍କ ପୀଠରେ ଷଷ୍ଠବିଂଶ ତମ ନାମଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଧ୍ୟାତ୍ମିକ ପରିବେଶରେ ନେମାଳ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ନିକଟରୁ ଆଜ୍ଞାମାଳ ଆସି ଚିରା ଚରିତ ଶୈଳୀ ରେ ଯଜ୍ଞ ଆରମ୍ଭ ।


ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ) - କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ ବେଶ ଆଧ୍ୟାତ୍ମିକ ପରିବେଶରେ ଚାଲିଛି । ଗତ ଶୁକ୍ରବାର ଦିନ ପବିତ୍ର ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ କଳସୀରେ ବୈଦିକ ରୀତିରେ ଜଳଗ୍ରହଣ କରାଯାଇ ପଟୁଆରି ରେ ଆସି ଯଜ୍ଞ ପୀଠରେ ସଂସ୍ଥାପନ କରାଯାଇ ଏହି ଯଜ୍ଞ ଚାଲୁରହିଛି । ପରେ ପରେ, ପଦ୍ମପୀଠ ନେମାଳ ରୁ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ନିକଟରୁ ଅଖଣ୍ଡଦୀପ ରୁ ଅଗ୍ନି ଗ୍ରହଣ କରାଯିବା ସହିତ ବାବା ତପନ କୁମାର ଓଝା ଓ ତାଙ୍କ ଶିଷ୍ୟ ମାନଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶରେ ମହାପୁରୁଷ ଙ୍କ ନିକଟରୁ ଆଜ୍ଞାମାଳ ଆସି ଚିରା ଚରିତ ଶୈଳୀ ରେ ଯଜ୍ଞ ଆରମ୍ଭ କରାଯାଇଛି । ପ୍ରକାଶ ଥାଉକି ବାଲୁଙ୍କେଶ୍ୱର ପୀଠ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ଲିଖିତ ପିଠ, ଯାହାକି ମହାପୁରୁଷଙ୍କ ଭାଷାରେ ଶିଷ୍ୟ ରାମଚନ୍ଦ୍ର ଙ୍କ ଆଗରେ ପ୍ରକାଶ କରିଛନ୍ତି -
-"ଲବଣ ଉତ୍ତର ଭାଗେ ଅଛି ସିଦ୍ଧ ସ୍ଥାନ
ହରିବୋଲ କୁଦ ପୂର୍ବ ଅଛଇ ପ୍ରମାଣ ।
ବାଲୁଙ୍କେଶ୍ୱର ଲିଙ୍ଗଙ୍କୁ ଭକତେ ସ୍ଥାପିବେ
ଗୁପତର ମାହୋଛବ ମାନ କରାଇବେ ।
ଏହିଭଳି ଭାବରେ ଅନେକ ଗୁପ୍ତ ରହସ୍ୟ କଥା ବାଲୁଙ୍କେସ୍ୱର ପୀଠ ବାବଦରେ ମାଳିକା ରେ ବର୍ଣ୍ଣନା କରାଯାଇଛି. ଏହି ସ୍ଥାନର ମହିମା ଅପାର ଓ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଭାଷାରେ ଏହା ନୂଆପାଟଣା ନାମରେ ପରିଚିତ । ଏହି ପୀଠରେ, ଅନନ୍ତକୋଟି ବ୍ରହ୍ମାଣ୍ଡର ଅଧିଶ୍ୱର, ସର୍ବଦ୍ରଷ୍ଟା, ସର୍ବଶକ୍ତିମାନ, ସର୍ବବ୍ୟପାକ, ସର୍ବାନ୍ତର୍ଯ୍ୟାମୀ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ଚରଣରେ ଭକ୍ତ ତଥା ବାବା ତଥା ଅଚ୍ୟୁତାନନ୍ଦ ସୂଚନା ଓ ଗବେଷଣା କେନ୍ଦ୍ରର ଅଧକ୍ଷ ଶ୍ରୀଯୁକ୍ତ ଅରକ୍ଷିତ ଓଝା ମହୋଦୟ ନିଜକୁ ପୂର୍ଣ୍ଣରୂପେ ସମର୍ପଣ କରି ସେମାନଙ୍କ ଆନୁଗତ୍ୟ ଙ୍କ ସହଯୋଗରେ ଯଜ୍ଞ କାର୍ଯ୍ୟକୁ ଆଗେଇ ନେଇଥାନ୍ତି । ଏହି ଯଜ୍ଞ ଗତ ୫ ତାରିଖ ଦିନ ଆରମ୍ଭ ହୋଇଥିଲାବେଳେ ଆସନ୍ତା ୯ ତାରିଖ ଦିନ ଏହି ଯଜ୍ଞ ର ପୂର୍ଣ୍ଣାହୁତି ଦିବସ ଅନୁଷ୍ଠିତ କରାଯିବ । ବହୁ ସାଧୁ ସନ୍ଥ ଓ ଭକ୍ତ ଙ୍କ ଉପସ୍ଥିତିରେ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟ ସମାପନ ହେବ ବୋଲି ଖବର ରୁ ଜଣାପଡିଛି । ପ୍ରତେକ ଦିନ ସନ୍ଧ୍ୟା ସମୟରୁ ଭଜନ, ପ୍ରବଚନ ଓ ରାସ ପରିବେଷଣ ମାଧ୍ୟମରେ ବାଲୁଙ୍କେଶ୍ୱର ପୀଠକୁ ଶରଧାବାଲି ର ପରିବେଶରେ ପରିଣତ କରାଯାଇଥାଏ । ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ ଅରକ୍ଷିତ ଓଝା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରବଚକ ସାଲେପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ତଥା ପ୍ରବଚକ ଡ଼ଃ.ଗୌତମ ମହାରଣା , ପଣ୍ଡିତ ମହେଶ୍ୱର ପାତ୍ର, ଅଧ୍ୟାପକ ଶାରଦାପ୍ରସନ୍ନ କର, କଣାସ ମଠ ମହନ୍ତ ମହାରାଜ ପଣ୍ଡିତ ନାରାୟଣ ଦାସ, ଗୋବର୍ଦ୍ଧନ ମଠ ପୁରୀ ସନ୍ଥ ସଂଯୋଜକ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ଯୋଗଦାନ କରି ଏକ ଆଧ୍ୟାତ୍ମିକ ପରିବେଶ ରେ ପ୍ରବଚନ ପ୍ରଦାନ କରୁଛନ୍ତି । ୯ ତାରିଖ ପୂର୍ଣ୍ଣାହୁତି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ବିମାନ ଯାତ୍ରା, ହରିହର ଭେଟ ଉତ୍ସବ, ଭଜନ ସନ୍ଧ୍ୟା ଆଦି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଅଯୋଜନ କରାଯିବାକୁ ଯାଉଛି ବୋଲି ଜଣାଯାଇଛି ।

0
0
0
s2sdefault