ହେଡଲାଇନସ୍:

ବଲାଙ୍ଗିର ମ୍ୟୁନିସିପାଲିଟି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଳନୀ ସାହୁ ହେଲେ ଚେୟାରମେନ ପ୍ରାର୍ଥୀ

ଦୁର୍ନୀତି ବିରୁଦ୍ଧରେ ଓ ପରିବର୍ତ୍ତନ ସପକ୍ଷରେ ହେବ ମତଦାନ - ସମରେନ୍ଦ୍ର

ବଲାଙ୍ଗିର- ଦିର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ବଲାଙ୍ଗିର ପୌର ପରିଷଦ ସରକାରୀ ଦଳ କବଜାରେ । ପୌର ଦୁର୍ନିତି ଯୋଗୁଁ ଲୋକେ ବହୁତ ହନ୍ତସନ୍ତ । ତେଣୁ ଏହି ପୌର ନିର୍ବାଚନରେ ବଲାଙ୍ଗିର ଜନତା ଦୁର୍ନିତି ବିରୁଦ୍ଧରେ ଏବଂ ପୌର ପରିଷଦର ପରିବର୍ତ୍ତନ ସପକ୍ଷରେ ଲୋକେ ମତଦାନ କରିବେ ବୋଲି ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ପୌର ନିର୍ବାଚନ ପାଇଁ କଂଗ୍ରେସ ଦଳ ତରଫରୁ ବିଭିନ୍ନ ୱାର୍ଡ ପାଇଁ ପ୍ରାର୍ଥୀ ଘୋଷଣା ସମୟରେ ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର କହିଛନ୍ତି । ଆଜି ସ୍ଥାନୀୟ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଦଳ ତରଫରୁ ପୌର ନିର୍ବାଚନ ପାଇଁ ଚେୟାରମେନ ପ୍ରାର୍ଥୀ ଭାବେ ୨୧ ନଂ. ୱାର୍ଡର ପୂର୍ବତନ କାଉନସିଲର ମିଳନୀ ସାହୁଙ୍କ ନାମ ଶ୍ରୀ ମିଶ୍ର ଘୋଷଣା କରିଥିଲେ ଏବଂ ଏହା ସହ ୱାର୍ଡ ନଂ.୧ ପାଇଁ ସସ୍ମିତା କୁମ୍ଭାର, ୱାର୍ଡ ନଂ.୨ ସୁଜାତା ପୋଡ, ୱାର୍ଡ ନଂ.୩ ରଜନୀ ବନଛୋର, ୱାର୍ଡ ନଂ.୪ ଅରବିନ୍ଦ ପରୁଆ, ୱାର୍ଡ ନଂ.୫ ଗୋବିନ୍ଦ ମହାନ୍ତି, ୱାର୍ଡ ନଂ.୬ ସ୍ମିତାରାଣୀ ପଟ୍ଟନାୟକ, ୱାର୍ଡ ନଂ.୭ ସବିତା ଶତପଥି, ୱାର୍ଡ ନଂ.୮ ସୁଧା ସିଂଦେଓ, ୱାର୍ଡ ନଂ.୧୧ ପ୍ରଦୀପ କୁମାର ମିଶ୍ର, ୱାର୍ଡ ନଂ.୧୨ ଅଞ୍ଚଳି ସାହୁ, ୱାର୍ଡ ନଂ.୧୩ ରଜନୀ ସେଠ, ୱାର୍ଡ ନଂ.୧୪ ଜ୍ୟୋସ୍ନା ବେହେରା, ୱାର୍ଡ ନଂ.୧୬ କଳ୍ପନା ସେଠ, ୱାର୍ଡ ନଂ.୧୭ ସବିତା ସାହୁ, ୱାର୍ଡ ନଂ.୧୮ ସୁରେନ୍ଦ୍ର ଅଶ୍ୱପାଳ, ୱାର୍ଡ ନଂ.୧୯ ସତ୍ୟବ୍ରତ ବଗର୍ତି, ୱାର୍ଡ ନଂ.୨୦ ବାସନ୍ତି ଭୋଇ ଓ ୱାର୍ଡ ନଂ.୨୧ ରେ କଂଗ୍ରେସ ଦଳ ତରଫରୁ ମନୋଜ କୁମାର ବେହେରାଙ୍କ ନାମ ଘୋଷଣା ହୋଇଛି । ଘୋଷଣା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରେ ସମରେନ୍ଦ୍ର ମିଶ୍ର କହିଥିଲେ ଯେ ଗତ ୭ ବର୍ଷ ପୂର୍ବରୁ ବଲାଙ୍ଗିର ପୌରାଞ୍ଚଳ ଏକ ମୃତବତ ଅଂଚଳ ଭାବେ ପରିଗଣିତ ହେଉଥିଲା । ୨୦୧୪ ନିର୍ବାଚନରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ମାନ୍ୟବର ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କ ବିଜୟ ପରେ ବଲାଙ୍ଗିର ବର୍ତ୍ତମାନ ଏକ ଚଳଚଞ୍ଚଳ ଜିବନ୍ତ ସହର ଭାବେ ସାରା ରାଜ୍ୟରେ ପରିଚିତ ହେବାକୁ ଯାଉଛି । ଏଠାକାର ରାସ୍ତା ଘାଟ, ଜଳାଶୟ, ଶିକ୍ଷା, କ୍ରିଡା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆଖିଦୃଶିଆ ପରିବର୍ତ୍ତନ ହୋଇପାରିଛି । ତେଣୁ ଆଗାମୀ ପୌର ନିର୍ବାଚନରେ ଲୋକେ ନିଶ୍ଚିତ ଭାବରେ ପୌର ପରିଷଦର ଦୁର୍ନିତି ବିରୁଦ୍ଧରେ ଏବଂ ବଲାଙ୍ଗିରର ବିକାଶ ସପକ୍ଷରେ ମତଦାନ କରିବେ ବୋଲି କହିଥିଲେ । ଚେୟାରନ ପ୍ରାର୍ଥିନୀ ଭାବେ ନାମ ଘୋଷଣା ହୋଇଥିବା ମିଳନୀ ସାହୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଆମ ସମସ୍ତ ପ୍ରାର୍ଥି ଓ ପ୍ରାର୍ଥିନୀମାନେ ଏକ ଟିମ୍ ଭାବେ କାର୍ଯ୍ୟ କରିବେ । ଏହି ନିର୍ବାଚନରେ ନିଶ୍ଚିତ ଭାବରେ ବଲାଙ୍ଗିର ଜନସାଧାରଣ କଂଗ୍ରେସ ସପକ୍ଷରେ ମତଦାନ କରିବେ ବୋଲି କହିବା ସହ ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ସ୍ୱର୍ଣ୍ଣିମ ବଲାଙ୍ଗିର ନିର୍ମାଣ ଦିଗରେ ଲୋକେ ସହଯୋଗ କରିବେ ବୋଲି କାମନା କରିଥିଲେ । ଆଜିର ଏହି ପ୍ରାର୍ଥି ତାଲିକା ଘୋଷଣା ସମୟରେ ନଗର କଂଗ୍ରେସ ସଭାପତି ବୁଲୁ ଦାନି ମଞ୍ଚାସିନ ଥିବା ବେଳେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault