ଭଞ୍ଜନଗର/ ନିଲୁ ବିଷୋୟୀ- ବିରଳ,ଅଦମ୍ୟ ପ୍ରତିଭା, ସାହସୀ ତଥା ମହାନ ଜନ ନାୟକ ଭାବେ ଦେଶ ବିଦେଶରେ ବିଜୁ ପଟ୍ଟନାୟକଙ୍କର ଏକ ସ୍ୱରନ୍ତ୍ର ପରିଚୟ ରହିଛି।ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ତାଙ୍କ ନିକଟରେ ରହିଥିଲା।ଆଜି ସେହି ପୁଣ୍ୟତ୍ମା ବିଜୁବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀକୁ ଭଞ୍ଜନଗର ବିଜୁ ଜନତା ଦଳ ତରଫରୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ଏହି ଅବସରରେ ଭଞ୍ଜନଗର ସହରର ବାଉଁଶ ଲୁଣ୍ଡି ବାଇପାସ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସକାଳ ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅନ୍ୟ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସେହିପରି ଥାନା ଛକ ଠାରେ ଥିବା ପ୍ରତିମୂର୍ତ୍ତି ରେ ଘରୋଇ ବସ ମାଲିକ ସଂଘ ସଭାପତି ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ଦିବାକର ନାୟକ, ଶୂଳପାଣି ଶତପଥି, ରାଜେନ୍ଦ୍ର ପ୍ରଧାନ, ସୁଧୀର ରଞ୍ଜନ ବେହେରା, ରାଜେନ୍ଦ୍ର ବିଷୋୟୀ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସନ୍ଧ୍ୟାରେ ବାଉଁଶ ଲୁଣ୍ଡି ବିଜୁ ସ୍ମୃତି ସଂସଦ ଠାରେ ଆୟୋଜିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ।ବିଜୁବାବୁ ଗଞ୍ଜମ ଜିଲ୍ଲା ଘୁ. ନୂଆଗାଁ ଠାରେ ସ୍କୁଲ ଶିକ୍ଷାଲାଭ କରିଥିଲେ।ତେଣୁ ଏଅଞ୍ଚଳର ଉନ୍ନତି ସାଧନ ପାଇଁ ସେ ଅହରହ ଚେଷ୍ଟା କରି ଆସୁଥିଲେ।ଯାହାର ଫଳ ସ୍ୱରୂପ ବିଜୁବାବୁ ଜଣେ ଯୁବନେତାଙ୍କ ନେତୃତ୍ବକୁ ଭରସା କରି ବିକ୍ରମ କେଶରୀ ଆରୁଖଙ୍କୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ୧୯୯୫ ମସିହାରେ ଟିକେଟ ଦେଇଥିଲେ।ତାଙ୍କରି ଅଶିର୍ବାଦରେ ମନ୍ତ୍ରୀ ଆରୁଖ ଲଗାତାର ଭାବେ ୬ଥର ବିଜୟୀ ହୋଇଛନ୍ତି।ଏବେ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟର ବିକାଶ ପାଇଁ ସବୁ ଦିଗରେ ଉଦ୍ୟମ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶୂଳପାଣି ଶତପଥି ଅତିଥି ପରିଚୟ ପ୍ରଦାନ କରିଥିଲେ।ଭଞ୍ଜନଗର ସାଂସଦ ପ୍ରତିନିଧି ଦିବାକର ନାୟକ ସଂଯୋଜନା କରିଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସାହୁ,ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ମୋହନ ପ୍ରଧାନ,ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ପୂର୍ବତନ ଏନଏସି ନଗରପାଳ ସୁଧୀର ରଞ୍ଜନ ବେହେରା,ନଗର ସଭାପତି ରାଜେନ୍ଦ୍ର ବିଷୋୟୀ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ
ଭଞ୍ଜନଗରରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନ୍ତ୍ରୀ ଆରୁଖ
- Hits: 402