ରକ୍ତଦାନ ଅଭିଯାନ ପରେ ଅଙ୍ଗଦାନ ପଞ୍ଜୀକରଣ ଭଳି ମହତ ଅଭିଯାନ ଆରମ୍ଭ କରିବ ଓଡିଶା ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଜୁ ବାବୁଙ୍କ ଜୟନ୍ତୀରୁ ଅରମ୍ଭ ଅଙ୍ଗଦାନ ପଞ୍ଜିକରଣ ଅଭିଯାନ

  • ପ୍ରବାଦ ପୁରୁଷଙ୍କ ୧୦୬ ତମ ଜୟନ୍ତୀ ପରିପ୍ରେକ୍ଷୀରେ ୫୩୦ ଅଂଗଦାନ ପଞ୍ଜିକରଣ ଲକ୍ଷ

ଭୁବନେଶ୍ୱର(ଶାସକ ପ୍ରଶାସକ) : ‘ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ ଅଟେ । ଆମ୍ଭେମାନେ ସଭିଏଁ ଜୀବନରେ କିଛି ନା କିଛି ଦାନ କରିଥାଉ, ଏହା ଆମକୁ ଖୁସି ଦେଇଥାଏ ଏବଂ ମାନବିକତାର ପରିଚୟ ଦିଏ । ଭଗବାନ ଆମକୁ ଏତେ ସୁନ୍ଦର ଜୀବନ ଦେଇଛନ୍ତି ଏବଂ ବୈଜ୍ଞାନିକ ମାନେ ବିଜ୍ଞାନକୁ ପରଖି ଅନେକ ଗବେଷଣା କରି ନୂତନ ପରିଭାଷା ସୃଷ୍ଟି କରିଛନ୍ତି । ଏପରିକି ଆମର ମୃତ୍ୟୁ ପରେ ମଧ୍ୟ ଆମ ଶରୀରର କିଛି ମୂଲ୍ୟବାନ ଅଙ୍ଗ ଅନ୍ୟ ଜଣକ ଜୀବନକୁ ନୂଆ ରୂପ ଦେଇ ପାରିବ । ବାସ୍ତବରେ, ସାର୍ଥକ ଜୀବନର ଅନ୍ୟ ଏକ ନାମ “ଅଙ୍ଗଦାନ” ବୋଲି କୁହାଯାଏ ।
ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତାର ଶାଖା ଓଡ଼ିଶା-ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କୋଭିଡ୍ ଭଳି ବୈଶ୍ୱିକ ମହାମାରୀ ସମୟରେ ରକ୍ତଦାନ ଶିବିର ଆୟୋଜନ, ପ୍ରବାସୀ ଶ୍ରମିକଙ୍କୁ ସହାୟତା, କୋଭିଡ୍ ଜନିତ ମୃତକଙ୍କ ଶବଦାହ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମାଜର ହିତରେ କରିଆସୁଛି । ଗତବର୍ଷ ଧାର୍ଯ୍ୟଲକ୍ଷ୍ୟ 1 ଲକ୍ଷ ୟୁନିଟ୍ କୁ 10 ମାସରେ ଅତିକ୍ରମ କରି 1 ଲକ୍ଷ 38 ୟୁନିଟ୍ ହଜାର ରକ୍ତ ସଂଗ୍ରହ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।
ଏବେ ଅଙ୍ଗଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକୀୟ କାର୍ଯ୍ୟକ୍ରମକୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମଜୟନ୍ତୀ ଆଗାମୀ ମାର୍ଚ୍ଚ 5 ତାରିଖରୁ ତାଙ୍କ ପୂଣ୍ଣ୍ୟତିଥି ଏପ୍ରିଲ 17 ତାରିଖ ଯାଏଁ ଏକ ଅଭିଯାନ ଭାବେ ନିଆଯାଇଛି । ଏଥିପାଇଁ ଓଡ଼ିଶା-ମୋ ପରିବାରର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅଙ୍ଗଦାନ କାର୍ଯ୍ୟକ୍ରମ ଭଳି ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି । ଏଥିପାଇଁ ବିଜୁବାବୁଙ୍କ 106ତମ ଜନ୍ମଜୟନ୍ତୀରେ ଏହାର 5 ଗୁଣ ଅର୍ଥାତ୍ 530 ଜଣଙ୍କ ଅଙ୍ଗଦାନ ପଞ୍ଜିକରଣ ପାଇଁ ଧାର୍ଯ୍ୟ ରଖାଯାଇଛି । ଏହି ମହତ୍ ଅଭିଯାନରେ ବିଭିନ୍ନ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଯୋଡ଼ିହେବା ପାଇଁ ଓଡ଼ିଶା-ମୋ ପରିବାର ତରଫରୁ ଆହ୍ୱାନ କରାଯାଇଛି ବୋଲି ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆବାହକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବଡ଼ମ୍ବା ବିଧାୟକ ତଥା ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ସମୀର ପ୍ରଧାନ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault