ବରଗଡ :- ବଡ଼ଖବର ପଦ୍ମପୁର ପ୍ରତିନିଧି ଡିଲେଶ୍ବର ବାଗ ଗତକାଲି ବିଳମ୍ବିତ ରାତିରେ ଶୀବରାତ୍ରୀ ଖବର ସଂଗ୍ରହ କରି କଣ୍ଠେଶ୍ବର ପୁରରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ଜଣା। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନିଆଯାଇଥିଲା । ବର୍ତ୍ତମାନ ସେ ବରଗଡ଼ ବିକାଶ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ସୂଚନା ମିଳିଛି । ଶାସକ ପ୍ରଶାସକ ପରିବାର ତରଫରୁ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛୁ ।
ରାଜ୍ୟ
ସଡକ ଦୁର୍ଘଟଣାରେ ଗୁରୁତର ଯୁବ ସାମ୍ବାଦିକ
- Hits: 1910