ବିଜେପିର ପ୍ରୋଜେକଟେଡ଼ ଜିଲ୍ଲା ପରିଷଦ ସଭାପତି ପ୍ରାର୍ଥୀଙ୍କୁ ହରାଇ ଜିତିଲା ବିଜେଡି
ବରଗଡ :- ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଦଳ ଓ ସରକାର ଯେତେବେଳେ ଯେଉଁ ଦାଇତ୍ଵ ଦେଇଥାନ୍ତି ସେହି ଦାଇତ୍ଵ କୁ ଶ୍ରୀ ସିଂ ଅତି ନିଷ୍ଠା ର ସହିତ ସଫଳତା ପୂର୍ବକ ନିର୍ବହନ କରିଥାନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଲୋକଙ୍କର ସେବା କରିବାରେ ସେ ଯେତେ ତତ୍ପର ନିଜ ଦଳର ସଂଗଠନକୁ ତୃଣମୂଳ ସ୍ଥରରେ ମଜବୁତ କରିବାରେ ସେ ସେତେ ପାରଙ୍ଗମ । ମୁଖ୍ୟତଃ ଯଦି ନିର୍ବାଚନ କଥା ଉଲ୍ଲେଖ କରାଯିବ ତେବେ ଅନ୍ତତଃ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଓ ନିର୍ବାଚନ ସମୟରେ ସଠିକ ସମୟରେ ସଠିକ ଗୋଟି ଚାଳନା କରିବାରେ ସିଦ୍ଧହସ୍ତ ଶ୍ରୀ ସିଂ । ଦଳକୁ ଯେତେବେଳେ ଯେଉଁ ସ୍ଥାନରେ ଆବଶ୍ୟକତା ପଡିଛି ସେତେବେଳେ ସେହି ସ୍ଥାନରେ ଦଳ ପାଇଁ ସଫଳ ରଣନୀତି ପ୍ରସ୍ତୁତ କରି ମାଷ୍ଟର ଷ୍ଟ୍ରୋକ ଖେଳି ବିରୋଧୀ ଙ୍କୁ ଧରାଶାୟୀ କରିବାରେ ସଫଳତା ଲାଭ କରିଛନ୍ତି ଶ୍ରୀ ସିଂ । ନିଜ ଜିଲ୍ଲା ବରଗଡ଼ରେ ଦଳକୁ ସଫଳତା ଦେବା ସହ ଦେବଗଡ ଜିଲ୍ଲାରେ ବିଜେପିକୁ ଭୂଇଁ ଚଟାଇବାରେ ମୁଖ୍ୟ କର୍ଣ୍ଣଧାର ସାଜିଥିବା ସୁଶାନ୍ତ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ବି ଦେଖାଇଛନ୍ତି ତାଙ୍କ ଗୋଟି ଚାଳନାର ସଫଳତା | ଆଉ ସେଇଠି ମାନେ ବିଜେପିର ଗଡରେ ବିଜେପିର ପ୍ରାର୍ଥୀନୀଙ୍କୁ (ଯେ କି ପ୍ରୋଜେକଟେଡ଼ ଜିଲ୍ଲା ପରିଷଦ ସଭାପତି) ପରାସ୍ତ କରି ବିଜେଡ଼ିକୁ ପିନ୍ଧିଛନ୍ତି ବିଜୟ ଟୀକା |
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼ ଭାବରେ ପରିଚିତ । ମୁଖ୍ୟତଃ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଜମନକିରା ବ୍ଲକ ଓ ଏହାର ଯୋନ 1 ଅନ୍ତର୍ଗତ ଜମନକିରା , ସର୍ଦା , ବଡର୍ମା, କୁଳୁଣ୍ଡି , ଖରସେନମାଲ , ମୁଣ୍ଡନପାଲି , ଟିକବା, କସଡ଼ା , ଫାସୀମାଲ , ଚକୁଳିଆବାହାଲ ଆଦି 10 ଗୋଟି ପଞ୍ଚାୟତ ର ବିଗତ ଦିନର ନିର୍ବାଚନ ଫଳାଫଳ କୁ ଦେଖିଲେ ଲାଗୁଛି ଯେ ଏହି ସବୁ ଅଂଚଳରେ ବିଜେପିର ଦବଦବା ରହିଥିଲା । ଚଳିତ ଥର ଏହି ଜମନକିରା ଜୋନ 1 ରୁ ବିଜେଡି ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୁ ପ୍ରଥମ ଶ୍ରେଣୀରେ ଏମଏସସି ପାସ କରିଥିବା ଶ୍ରୀମତୀ ସୁଜାତା ଖୁଣ୍ଟିଆ ଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରାଇ ଥିବା ବେଳେ ବିଜେପି ତରଫରୁ ଜଣେ ଆୟୁଷ ଡାକ୍ତର ଶ୍ରୀମତୀ ସୁମନ୍ତିନି ବାରିହା ଙ୍କୁ ପ୍ରାର୍ଥୀ କରାଇଥିଲେ । ନିର୍ବାଚନ ସମୟରେ ମୁଖ୍ୟତଃ ଏହି ଯୋନରେ ବିଜେପି ତରଫରୁ ବିଜେଡି କୁ ପରାଜିତ କରିବା ପାଇଁ ଅନେକ ପ୍ରକାର ଉଦ୍ୟମ କରାଯାଇଥିଲା । ଏମିତି କି ବିଜେଡିର ଅବଜର୍ଭରଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଙ୍କର ଦ୍ୱାରା ଅପହରଣ କରାଯାଇଥିବା ଘଟଣା ମଧ୍ୟ ଆଲୋଚନାର ବିଷୟ ପାଲଟି ଥିଲା । ନିଜର ପ୍ରାର୍ଥୀ ଙ୍କୁ ବିଜୟୀ କରାଇବା ପାଇଁ ବିଜେପିର ବଡ ବଡ ନେତା ମାନେ ଏହି ଯୋନରେ ଡେରା ପକାଇ ବସିଥିଲେ । ହେଲେ ବିଜେଡି ତରଫରୁ ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ରଣନୀତି ଓ ସଫଳ ଗୋଟି ଚାଳନା ବିରୋଧୀ ମାନଙ୍କୁ ଚିତ କରି ଦେଇଛି । ଶ୍ରୀମତୀ ଖୁଣ୍ଟିଆ ନିଜର ପ୍ରତିଦ୍ବନ୍ଦୀ ଶ୍ରୀମତୀ ବାରିହା ଙ୍କୁ 7793 ଖଣ୍ଡ ଭୋଟ ବ୍ୟବଧାନ ରେ ପରାଜିତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ଯୋନରେ ସମୁଦାୟ 29253 ଖଣ୍ଡ ଭୋଟ ପଡିଥିବା ବେଳେ ଶ୍ରୀମତୀ ଖୁଣ୍ଟିଆ ଙ୍କୁ ଅର୍ଦ୍ଧାଧିକ ଭୋଟ 15183 ଖଣ୍ଡ ଭୋଟ ମିଳିଥିବା ବେଳେ ବିରିଧି ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ବାରିହା ଙ୍କୁ ସମୁଦାୟ ପୋଲିଂ ରୁ ମାତ୍ର 7460 ଖଣ୍ଡ ଭିତ ଭୋଟ ପାଇବାରେ ସକ୍ଷମ ହିଇଥିଲେ ।
ନିଜର ରେକର୍ଡ଼ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ଶ୍ରୀ କିଶୋର ନାୟକ, ମନ୍ତ୍ରୀ ସୁଶାନ୍ତ ଓ ଜମନକିରା ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।