ଭଞ୍ଜନଗର,/ନିଲୁ ବିଷୋୟୀ - ଭଞ୍ଜନଗର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଆସନ ୫୦,୫୧ ଓ ୫୨ନଂ ଜୋନରେ ବିଜେଡ଼ି ବାଜିମାତ କରିଛି।ସେହିପରି ମୋଟ ୨୨ଟି ପଞ୍ଚାୟତ ମଧ୍ୟରେ ବିଜେଡ଼ି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ମୋଟ ୭ଟି ପଞ୍ଚାୟତ କୁ ନେଇ ଗଠିତ ୫୦ନଂ ଜୋନ ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ର ଶୈଳବାଳା ବିଷୋୟୀ ୩ହଜାରରୁ ଉର୍ଦ୍ଧ୍ବ ଭୋଟରେ ନିକଟାତମ ପ୍ରତିଦ୍ବନ୍ଦୀ ସସ୍ମିତା ବେହେରାଙ୍କୁ ପରାସ୍ତ କରିଛନ୍ତି।୫୧ନଂ ଜୋନ ରେ ବିଜେଡ଼ିର ଜିତେନ୍ଦ୍ର କେଶରୀ ଆରୁଖ ମୋଟ ୧୩,୦୬୮ ଓ ବିଜେପିର ରବୀନ୍ଦ୍ର କୁମାର ଗୌଡ଼ ୧୦,୬୬୩ଭୋଟ ପାଇଛନ୍ତି।ସେହିପରି ୫୨ନଂ ଜୋନରେ ବିଜେଡ଼ିର ଭାଗ୍ୟଲତା ସେଠୀ ମୋଟ ୧୩,୩୦୩ ଓ ବିଜେପିର କାମିନୀ ବାଳା ସେଠୀ ୧୨,୪୭୩ଭୋଟ ପାଇଛନ୍ତି। ବାଇବାଲି ପଞ୍ଚାୟତରେ ବିଜେଡ଼ି ସମର୍ଥିତ ସରପଞ୍ଚ କୈଳାସ ନାୟକ ଓ ସମିତି ସଭ୍ୟ ନରିସଭା ନାୟକ ବିଜୟୀ ହୋଇଛନ୍ତି।ଲାଲସିଙ୍ଗି ରେ ବିଜେଡି ସମର୍ଥିତ ସରପଞ୍ଚ ଶିବରାମ ସାହୁ ଓ ସମିତି ସଭ୍ୟ ରାଜଲାଷ୍ମୀ ପ୍ରଧାନ ବିପୁଳ ଭୋଟରେ ବିଜୟୀ ହୋଇଥିବା ବେଳେ ମୁଜାଗଡ଼ ରେ ସରପଞ୍ଚ ସୁକାନ୍ତି ସେଠୀ ଓ ସମିତି ସଭ୍ୟ ବଟ କୃଷ୍ଣ ଦଳବେହେରା ବିଜୟୀ ହୋଇଛନ୍ତି।ବଡକୋଦଣ୍ଡା ଓ ସାନ କୋଦଣ୍ଡା ଠାରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ଜେ. ମନୋଜ କୁମାର ପୃଷ୍ଟି ଓ ନମିତା ନାୟକ ବିଜୟୀ ହୋଇଛନ୍ତି।ସେହିଭଳି ଗୁଣ୍ଡୁରି ବାଡ଼ି ଓ ଦଦରା ଲୁଣ୍ଡା ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ ଚିରଞ୍ଜିବି ପ୍ରଧାନ ଓ ନିରଞ୍ଜନ ସେଠୀ ଏବଂ ସମିତି ସଭ୍ୟ ଶ୍ରୀନିବାସ ବିଶ୍ୱାଳ ଓ କୁନି ବେହେରା ଜୟ ଲାଭ କରିଛନ୍ତି।ବଡ କୋଦଣ୍ଡlରେ ବିଜେପି ସମର୍ଥିତ ସରପଞ୍ଚ ରେଶମା କୁମାରୀ ନାୟକ ଓ ସାନ କୋଦଣ୍ଡା ଠାରେ ଲଖଣ ନାୟକ ଜୟଯୁକ୍ତ ହୋଇଛନ୍ତି।ଭୋଟ ଗଣତିର ଦ୍ଵିତୀୟ ଦିନରେ ଜିଲୁଣ୍ଡି ରେ ବିଜେଡ଼ି ସମର୍ଥିତ ସରପଞ୍ଚ ରଞ୍ଜିତ କୁମାର ଆରୁଖ ଓ ସମିତି ସଭ୍ୟ ରଣ ବିଜୟ ପ୍ରଧାନ, ମୁଦୁଲି ପଲିରେ ସରପଞ୍ଚ କାହ୍ନୁ ଚରଣ ପ୍ରଧାନ ଓ ସମିତି ସଭ୍ୟ ଲାଷ୍ମୀ ନାରାୟଣ ସ୍ଵାଇଁ, କୁଲାଡ଼ ରେ ସରପଞ୍ଚ ସଂଯୁକ୍ତା ରାଜୁ ଓ ସମିତି ସଭ୍ୟ ପି. ରେଣୁକା ପାତ୍ର ବିଜୟୀ ହୋଇଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ବାଉଁଶ ଲୁଣ୍ଡି ପଞ୍ଚାୟତରେ ସରପଞ୍ଚ ଉଦ୍ଧବ କୁମାର ମିଶ୍ର ଓ ସମିତି ସଭ୍ୟ ଅଞ୍ଜଳି ବେହେରା,ଡିହ ପଢାଳ ରେ ସରପଞ୍ଚ ରୋଜି ବରାଡ଼ ଓ ସମିତି ସଭ୍ୟ କୁନି ବିଷୋୟୀ, ଡୁମାକୁମ୍ପାରେ ସରପଞ୍ଚ ସ୍ୱପ୍ନା ନାୟକ ଓ ସମିତି ସଭ୍ୟ ଝୁମୁରି ବେହେରା, ଗୋଲା ପଡାରେ ସରପଞ୍ଚ ଭାବେ ଭକ୍ତ ରାମ ଜେନା ଓ ସମିତି ସଭ୍ୟ ପୀତବାସ ପ୍ରଧାନ ବିଜୟୀ ହୋଇଛନ୍ତି।ସେହିପରି ଭୋଟ ଗଣତିର ତୃତୀୟ ଦିନରେ ୫୧ନଂ ଜୋନ ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ର ଭାଗ୍ୟଲତା ସେଠୀ ମୋଟ୧୩,୩୦୩ ଭୋଟ ଓ ନିକଟତମ ପ୍ରତିଦ୍ୱନ୍ଦୀ କାମିନୀ ବାଳା ସେଠୀ ୧୧,୪୭୩ଭୋଟ ପାଇଛନ୍ତି।ସେହିପରି ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଲେମ୍ଭେଇରେ ସରପଞ୍ଚ ପ୍ରଭାସିନୀ ପ୍ରଧାନ ଓ ସମିତି ସଭ୍ୟ ଦେବଦତ୍ତ ପ୍ରଧାନ,ହରିଗଡ଼ରେ ସରପଞ୍ଚ ସୁଦେଷ୍ଣା ଦଳ ବେହେରା ଓ ସମିତି ସଭ୍ୟ ଚାନ୍ଦିନୀ ଗୌଡ଼, ବାରୁଡ଼ାରେ ସରପଞ୍ଚ ମମତା ନାୟକ ଓ ସମିତି ସଭ୍ୟ ବନିତା ସେଠୀ, ବ୍ରାହ୍ମଣ ପଦରରେ ସରପଞ୍ଚ ବନମାଳୀ ଗୌଡ଼ ଓ ସମିତି ସଭ୍ୟ ଗୀତାଞ୍ଜଳି ଗୌଡ଼,ଦୋ ମୁହାଣୀରେ ସରପଞ୍ଚ ଅରୁପମା ସାହୁ ଓ ସମିତି ସଭ୍ୟ ସୁନିତା ଗୌଡ଼, ଗାଲେରୀରେ ସରପଞ୍ଚ ସୁମିତ୍ରା ଗୌଡ଼ ଏବଂ ତିଳି ସିଙ୍ଗିରେ ବିଜେପି ସମର୍ଥିତ ପ୍ରାର୍ଥୀ ସରପଞ୍ଚ ସୁରୁଚି ନାୟକ ଓ ତୁରୁମୁରେ ସରପଞ୍ଚ ଉଷା ରାଣୀ ପ୍ରଧାନ ଓ ସମିତି ସଭ୍ୟ ରୀନା ଦଳବରା ଏବଂ ଗାଲେରୀରେ ସମିତି ସଭ୍ୟ ମାମାଜିନି ଗୌଡ଼ ବିଜୟୀ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ବିଜେଡ଼ି ସମର୍ଥିତ ୧୨ଜଣ ସରପଞ୍ଚ ଓ ୧୩ଜଣ ସମିତି ସଭ୍ୟ ଏବଂ ବିଜେପି ସମର୍ଥିତ ୧୦ଜଣ ସରପଞ୍ଚ ଓ ୯ଜଣ ସମିତି ସଭ୍ୟ ଜୟଲଭ କରିଛନ୍ତି।
ରାଜ୍ୟ
୩ଜିଲ୍ଲା ପରିଷଦ ଆସନରେ ବିଜେଡ଼ି; ବିଜେଡ଼ି ହାତରେ ୧୨ସରପଞ୍ଚ ଓ ୧୩ସମିତି ସଭ୍ୟ
- Hits: 619