କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ଜିଲ୍ଲାର ବୋଦାପଳସାସ୍ଥ ପ୍ରସିଦ୍ଧ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହେଶଙ୍କ ଜାଗର ଯାତ୍ରା କଟକଣା ଭିତରେ ସମ୍ପନ୍ନ ହେଉଛି । ଏଠାରେ ପ୍ରଭୁ ଶିବଙ୍କ ପ୍ରତ୍ୟକ୍ଷ ଲିଙ୍ଗ ସ୍ୱୟଂଶମ୍ଭୁତ କେଉଁ ଆବାହମାନ କାଳରୁ ପୂଜା ପାଉଛନ୍ତି । ପରେ କେନ୍ଦୁଝରଗଡ଼ର ରାଜା ମାନେ ନିଜେ ଆସି ଏଠାରେ ମନ୍ଦିର ପ୍ରତିଷ୍ଠା କରାଇ ଜମିଜଗା ବନ୍ଦୋବସ୍ତ କରି ଥିଲେ । ଆଗରୁ ଏହି କେନ୍ଦୁଝର ସହର ସନ୍ନିକଟ ବୋଦାପଳସା ଗ୍ରାମରେ ଶିବରାତ୍ରି ବେଳେ ବିରାଟ ମେଳା ବସୁଥିଲା ଜିଲ୍ଲା ବାହାରୁ ବହୁ ଭକ୍ତ ଆସି ପ୍ରଭୁ ଚନ୍ଦ୍ରଶେଖରଙ୍କୁ ଦର୍ଶନ କରି କୃପା ଲାଭ କରୁ ଥିଲେ ।
କିନ୍ତୁ କରୋନା ହେବା ପରଠାରୁ ଏଠାରେ ମେଳା ଓ ଯାତ୍ରା ବନ୍ଦ ହୋଇଛି । ଏଥର ସମସ୍ତ ନୀତିକାନ୍ତି ଠିକ ଭାବେ ସମ୍ପନ୍ନ ହୋଇ ଥିବା ଜଣା ଯାଇଛି । ଦ୍ଵନ୍ଦ ମଧ୍ୟରେ ବାହାର ଭକ୍ତଙ୍କ ସମାଗମ ହୋଇ ପାରି ନଥିଲେ ମଧ୍ୟ ଆଜି ସ୍ଥାନୀୟ ଭକ୍ତମାନେ ଆସି ଦୀପ ଜାଳିଛନ୍ତି ରାତିରେ ମହାଦୀପ ଉଠିବା ଯାଏ ଅପେକ୍ଷା କରିବେ । ଜିଲ୍ଲା ପ୍ରଶାସନ ମଧ୍ୟ ଜାଗର ଯାତ୍ରା ଲାଗି କିଛି ସାହାଯ୍ୟ କରୁଛି ହେଲେ ସ୍ଥାନୀୟ ଲୋକେ ଓ ଭକ୍ତମାନେ ବିଶେଷ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇ ପରମ୍ପରା ବଞ୍ଚେଇ ରଖିଛନ୍ତି ।