ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଶୈବ ପୀଠ ଓ ତଥା ଶିବ ମନ୍ଦିର ମାନଙ୍କରେ ପବିତ୍ର ଶିବରାତ୍ରି ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି।
ପାରଳାଖେମୁଣ୍ଡି ସମେତ ବିଭିନ୍ନ ଅଞ୍ଚଳରେ ଥିବା ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଗହଳି ଲାଗି ରହିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ପ୍ରତ୍ୟୁଷରୁ ତଥା ପାହାନ୍ତିଆରୁ ମନ୍ଦିର ମାନଙ୍କରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖାଯାଇଥିଲା।
ପାରଳାଖେମୁଣ୍ଡି ଓ ଆଖପାଖ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶିବ ମନ୍ଦିର ଯଥା:- ଏକାମ୍ବେଶ୍ଵର , ଶ୍ରୀ ଗୋପେଶ୍ବର , ଶ୍ରୀ ଚନ୍ଦ୍ର ଶେଖରେଶ୍ବର , ଧବାଲେଶ୍ଵର , ମଲ୍ଲିକାର୍ଜ୍ଜୁନେଶ୍ବର , ରାମଲିଙ୍ଗେଶ୍ୱର , କାଶୀ-ବିଶ୍ଵନାଥେଶ୍ବର , ଶ୍ରୀ ଅର୍ଦ୍ଧନାରୀଶ୍ବର ପ୍ରଭୃତି ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ପ୍ରାୟ ମଧ୍ୟାହ୍ନ ପର୍ଯ୍ୟନ୍ତ ଭିଡ ଲାଗି ରହିଥିଲା। ଶ୍ରଦ୍ଧାଳୁ ମହିଳା ମାନେ ଜାଗର ଦୀପ ଜାଳି ପୂଜାର୍ଚ୍ଚନା ପୂର୍ବକ ଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିଥିଲେ । ସମସ୍ତ ମନ୍ଦିର ମାନଙ୍କରେ ମାସ୍କ-ପିନ୍ଧିବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥିଲା।
ରାଜ୍ୟ
ଆନନ୍ଦ ଉଲ୍ଲାସରେ ପାଳିତ ହେଲା ପବିତ୍ର "ଶିବରାତ୍ରୀ"
- Hits: 573