ହେଡଲାଇନସ୍:

ଖୋଲିଲା ପ୍ରାଥମିକ ବିଦ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣିଆ,(ନୟାଗଡ଼): କରୋନା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିଲା ପ୍ରାଥମିକ ବିଦ୍ୟାଳୟ । କରୋନା ଆକ୍ରାନ୍ତଙ୍କ ସଂଖ୍ୟାକମିବାରୁ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଗଣିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା ‌। ବିଦ୍ୟାଳୟ ପରିସରକୁ ଫୁଲ, ବେଲୁନ ମାଧ୍ୟମରେ ସୁନ୍ଦର ଭାବେ ସାଜସଜା କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଫୁଲ ,ଚନ୍ଦନ ଲଗାଇ ବିଦ୍ୟାଳୟକୁ ପାଛୋଟି ନେଇଥିଲେ । ପିଲାମାନେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅବଲମ୍ବନ କରିଥିଲେ। ଶ୍ରେଣୀଗୃହ ମଧ୍ୟରେ ପିଲାମାନେ ନାଚ, ଗୀତ, ଚିତ୍ର ଆଙ୍କିବା ସହିତ ଦୁଇ ବର୍ଷର ଅନୁଭୂତି ବର୍ଣ୍ଣନା କରିଥିଲେ। ସାଙ୍ଗ ସାଥୀ ମାନଙ୍କ ସହିତ ଖୁସି ମେଳରେ ମାତି ଯାଇଥିଲେ । ଗଣିଆ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ରାଜ କିଶୋର ମହାରଣା,ସିଆରସିସି ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରତ୍ୟେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

0
0
0
s2sdefault