ହେଡଲାଇନସ୍:

ପ୍ରଥମ ରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଲା : ଛାତ୍ରଛାତ୍ରୀ ଖୁସି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କରୋନା ଯୋଗୁଁ ବନ୍ଦ ରହିଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବିଦ୍ୟାଳୟ ଆଜି (ସୋମବାର ) ସରକାରଙ୍କ ଘୋଷଣା ପ୍ରକାରେ ଖୋଲିଛି ।
ସେହି ପ୍ରକାରେ ସମଗ୍ର ଗଜପତି ଜିଲ୍ଲାରେ ମଧ୍ୟ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ସମସ୍ତ ବିଦ୍ୟାଳୟ ସୋମବାର ଦିନ ଖୋଲିଛି।
ଏଥିରେ ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମନାଭ ଗଜପତି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବେଶ୍ ଆନନ୍ଦିତ ଥିବା ଦେଖା ଯାଇଥିଲା। ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲା ମାନେ ସ୍କୁଲ ସୀମା ଭିତରେ ପ୍ରବେଶ କରିବା ପରେ ସେମାନଙ୍କୁ ସ୍କୁଲର ଅଷ୍ଟମ , ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଫୁଲ ଦେଇ ସ୍ଵାଗତ କରିବା ପରେ ଚନ୍ଦନ ଚିତା ଲଗାଇବା ସହ ସେମାନଙ୍କ ହାତ ସେନିଟାଇଜ ଓ ଥର୍ମାଲ ଟେଷ୍ଟ କରାଯାଇଥିଲା। ଶ୍ରେଣୀରେ କୋଭିଡ୍ ନୀତିନିୟମ ପ୍ରକାରେ ପିଲାଙ୍କୁ ଶ୍ରେଣୀ କକ୍ଷରେ ବସା ଯାଇ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନାଚଗୀତ ଓ ପ୍ରଶ୍ନୋତ୍ତର ପ୍ରଭୃତି କାର୍ଯ୍ୟକ୍ରମ କରାଯାଇଥିଲା ।


ଏ ସମ୍ପର୍କରେ ପିଲାମାନେ ୨ ବର୍ଷ ପରେ ସ୍କୁଲ ଖୋଲିଥିବା ଯୋଗୁଁ ସେମାନେ ବେଶ୍ ଖୁସିଥିବା ଓ ଶ୍ରେଣୀରେ ବସି ପାଠ ପଢିବା ସହ ସାର ମେଡମ ଓ ସାଙ୍ଗସାଥୀଙ୍କ ସହ ମିଶିଲୁ ବୋଲି କହିଥିଲେ। ଏ ସମ୍ପର୍କରେ ଗାନ୍ଧି ସ୍ମୃତି ସରକାରୀ ଉଚ୍ଚ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ତିରୁପତି ରାଓ କହିଥିଲେ ଯେ , ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲାଙ୍କ ସ୍କୁଲ ଦୀର୍ଘ ୨ ବର୍ଷ ପରେ ଖୋଲିଥିବା ଯୋଗୁଁ ସେମାନେ ବେଶ୍ ଖୁସି ଥିବା ଦେଖା ଯାଇଥିଲା । ସେମାନଙ୍କ ହାତକୁୁ ସେନିଟାଇଜ କରାଯାଇ ଫୁଲ ଚିତା ଚନ୍ଦନ ସହ ସ୍ଵାଗତ କରାଯାଇଥିଲା । ଆଜି ପ୍ରଥମ ଦିନରେ ପିଲାଙ୍କୁ କୋଭିଡ୍ ନୀତିନିୟମ ପାଳନ ସମ୍ପର୍କରେ କୁହାଯାଇ ବିଭିନ୍ନ ଶିକ୍ଷଣୀୟ ଓ ନୀତିବାଣୀ ସହ ସେମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟତଃ ପିଲାମାନେ ନିୟମିତ ଭାବେ ସ୍କୁଲକୁ ଆସିବା ସହ ସେମାନେ କିଭଳି ଶୃଙ୍ଖଳିତ ହୋଇ ଭଲ ପାଠପଢି ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବେ , ସେ ଦିଗରେ ଆମେ ଯତ୍ନବାନ ହେବୁ ବୋଲି କହିଥିଲେ।

0
0
0
s2sdefault