ହେଡଲାଇନସ୍:

ସିଏସଆଇଆର - ଆଇଏମ୍‌ଏମ୍‌ଟି ଭୁବନେଶ୍ୱରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:- ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସିଏସଆଇଆର-ଆଇଏମ୍‌ଏମ୍‌ଟି ଭୁବନେଶ୍ୱରର ଅଡିଟୋରିୟମ୍‌ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି । ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଅଭିବାଦନ ଜଣାଇ ସିଏସଆଇଆର - ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ୱ ବାସୁ କହିଛନ୍ତି, ୨୮ ଫେବୃଆରୀ ୧୯୨୮ ରେ ବରିଷ୍ଠ ବୈଜ୍ଞାନିକ ସି.ଭି ରମଣଙ୍କ ଦ୍ୱାରା “ରମଣ ପ୍ରଭାବ” ଆବିଷ୍କାରକୁ ସ୍ମରଣୀୟ କରିବା ପାଇଁ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି । ଏହି ଆବିଷ୍କାର ପାଇଁ ତାଙ୍କୁ ୧୯୩୦ ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସ ସମାରୋହର ବିଷୟବସ୍ତୁ ହେଉଛି “ଇନ୍ଟିଗ୍ରେଟେଡ୍ ଆପ୍ରୋଚ୍ ଇନ୍ ଏସ୍ ଆଣ୍ଡ ଟି ଫର ସଷ୍ଟେନେବଲ୍ ଫିଉଚର୍‌” ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେଲର ଅଧ୍ୟକ୍ଷ ଶ୍ରୀମତୀ ସୋମା ମଣ୍ଡଳ ଏବଂ ସମ୍ମାନୀୟ ଅତିଥି ଇଣ୍ଡିଆନ ରେୟାର ଆର୍ଥସ ଲିମିଟେଡ(ଆଇଆରଇଏଲ) ମୁମ୍ବାଇର ପୂର୍ବତନ ସିଏମଡି ଡ ଆର.ଏନ ପାତ୍ର ଉଦ୍‌ଘାଟନ କରିଥିଲେ ।
ଏହି ସମାରୋହକୁ ଉଦ୍‌ଘାଟନ କରି ସେଲର ଅଧ୍ୟକ୍ଷ ମୁଖ୍ୟ ଅତିଥି ଶ୍ରୀମତୀ ସୋମା ମଣ୍ଡଳ ସ୍ୱାସ୍ଥ୍ୟର ବିକାଶରେ ଉନ୍ନତି, ଅର୍ଥନୈତିକ ବିକାଶ, ପ୍ରାକୃତିକ ସଂରକ୍ଷଣ ଏବଂ ପ୍ରାକୃତିକ ପରିବେଶର ପରିବର୍ତନକୁ ବିକଶିତ କରିବା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଇଣ୍ଡିଆନ ରେୟାର ଆର୍ଥସ ଲିମିଟେଡ(ଆଇଆରଇଏଲ),ମୁମ୍ବାଇର ପୂର୍ବତନ ସିଏମଡି ଡ ଆର.ଏନ ପାତ୍ର ଶିଳ୍ପ ସ୍ଥାୟୀତ୍ୱ ଉପରେ ନିଜର ବକ୍ତବ୍ୟ ଦେଇଥିଲେ । ଜିଜ୍ଞାସା ଭିଡିଓ ପ୍ରତିଯୋଗିତା ପାଇଁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ସିଏସଆଇଆର- ଆଇଏମ୍‌ଏମ୍‌ଟି ବରିଷ୍ଠ ବୈଜ୍ଞାନିକ ଡ ଏମ୍‌.କେ ଦଲାଇ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault