ହେଡଲାଇନସ୍:

ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ଭୂଖଣ୍ଡର ସ୍ପର୍ଦ୍ଧିତ ସ୍ୱାଭିମାନର ସବୁଠାରୁ ସ୍ପଷ୍ଟ ସ୍ୱର । ଇଂରେଜ ବିରୋଧୀ ମହାସଂଗ୍ରାମର ମହାନାୟକ । ୨୩ ଜାନୁଆରୀ ୧୮୦୯ ମସିହାରେ ଜନ୍ମିତ ଏହି ମହାନ୍‌ ସଂଗ୍ରାମୀ ୨୮ ଫେବୃଆରୀ ୧୮୮୪ ମସିହାରେ ବନ୍ଦୀ ଥିବା ଅବସ୍ଥାରେ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାସ୍ଥ ଅସୁରଗଡ଼ ଦୁର୍ଗରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ଜୀବନର ଅର୍ଦ୍ଧାଧିକ ସମୟ କାରାଗାରରେ କଟିଥିଲା । ଏହି ମହାନ ସଂଗ୍ରାମୀଙ୍କର ୧୩୮ତମ ପୁଣ୍ୟତିଥି ଆଜି ବିଧାନସଭା ପରିସରରେ ପାଳିତ ହୋଇଯାଇଛି ।
ବୀର ସୁରେନ୍ଦ୍ର ସାଏଙ୍କ ଅସୀମ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କରି ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାନସଭା ଓଏସ୍‌ଡ଼ି ତଥା ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ଓଏସ୍‌ଡ଼ି ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

0
0
0
s2sdefault