ହେଡଲାଇନସ୍:

ମା ଭୁବନେଶ୍ଵରୀ କ୍ଲବ ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର : ଆଜି ମା ଭୁବନେଶ୍ଵରୀ କ୍ଲବ ଓ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ସହିଦ ନଗର ଦୁର୍ଗା ମଣ୍ଡପ ପଡିଆ ନିକଟସ୍ଥ ମା ଭୁବନେଶ୍ଵରୀ କ୍ଲବ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଶ୍ରୀ ଉମାନାଥ ମିଶ୍ର ଙ୍କ ନେତୃତ୍ବରେ ୬୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଭୁଦତ୍ତ ଦାସ, ଶ୍ରୀ ସଞ୍ଜୟ ଦାସ, ଶ୍ରୀ ଗୋପାଳ କ୍ରିଷ୍ଣା ମହାନ୍ତି, ଶ୍ରୀ ମଳୟ ରଞ୍ଜନ ମହାପାତ୍ର, ଶ୍ରୀ ଚନ୍ଦନ ରାୟ ପଟ୍ଟନାୟକ ଓ ଶ୍ରୀ ସୁନିଲ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ରନାରାୟଣ ସାମନ୍ତରାୟ ଏହି ଶିବିରର ସଞ୍ଚାଳନ କରିଥିଲେ।

0
0
0
s2sdefault