ଜଗତସିଂହପୁର// ସୁମନ୍ତ କୁମାର ଦାସ : ଜଗନ୍ନାଥଙ୍କୁ ନେଇ ଘଟିଯାଇଛି ଏକ ଅଲୌକିକ ଘଟଣା l ଜଗତସିଂହପୁର ଜିଲ୍ଲା ଦାରୁକ୍ଷେତ୍ର ରୂପେ ପରିଚିତ l ମହାପ୍ରଭୁ ୩ ଦାରୁ ଏହି ଜିଲ୍ଲାରୁ ଯାଇଥିଲା l ଯେଉଁଠି ଏବେ ଭିନ୍ନରୂପରେ ଲୋକଙ୍କୁ ଦେଖାଦେଉଛନ୍ତି l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ପୌରପାରିଷଦ ଅନ୍ତର୍ଗତ ଦେଉଳି ଗ୍ରାମେଶ୍ବର ଗ୍ରାମରେ l ଦେଉଳି ଗ୍ରାମେଶ୍ବର ଗ୍ରାମରେ ବାସ କରନ୍ତି ନିରଞ୍ଜନ ମଲ୍ଲିକ l ତାଙ୍କ ସ୍ତ୍ରୀ ବୀଣାପାଣୀ ମଲ୍ଲିକ ରାତ୍ରିଭୋଜନ ପାଇଁ ରୋଷେଇଘରେ ପରଟା ତିଆରି କରୁଥିଲେ l ପରଟାକୁ ଲେଉଟାଇବା ବେଳେ ହଠାତ ଦେଖିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଅବିକଳ ରୂପ l ଏକଥା ସେ ତୁରନ୍ତ ଆସି ତାଙ୍କ ସ୍ୱାମୀ, ଜାଆ, ଦିଅର ଓ ଶାଶୁ ଶାଶୁଙ୍କୁ ଦେଖାଇବାପରେ ଘରେ ସୃଷ୍ଟି ହୋଇଥିଲା ଧାର୍ମିକ ବାତାବରଣ l
ସମସ୍ତେ ସେହି ପରଟାକୁ ଥାଳିରେ ରଖି ପୂଜାର୍ଚନା କରିଥିଲେ l ବୀଣାପାଣୀ ମଲ୍ଲିକଙ୍କ ଶାଶୁ କାଞ୍ଚନ ମଲ୍ଲିକଙ୍କ କହିବା କଥା ସେ ଠାକୁରଙ୍କୁ ସକାଲୁ ମନଭରି ଡାକିଥିଲେ ଯେ ତାଙ୍କ ଗୋଡ ଭଲ କରି ଦିଅନ୍ତୁ l ସେ ଯେମିତି ତାଙ୍କୁ ଦର୍ଶନ ଯାଇପାରିବେ l କିନ୍ତୁ ଠାକୁର ତାଙ୍କୁ ଘରେ ଆବିର୍ଭାବ ହୋଇ ଦର୍ଶନ ଦେଲେ l ଏବେ ଏହି ପରିବାର ପରଟାରେ ଥିବା ଏହି ଠାକୁର ରୁପକୁ ଲମିନେସନ କରି ଠାକୁର ଘରେ ରଖି ପୂଜା କରିବେ ବୋଲି କହିଛନ୍ତି l ସାହି ପଡିଶା ସଭିଏଁ ଆସି ଜଗନ୍ନାଥଙ୍କ ଏହି ରୁପକୁ ଦର୍ଶନ କରୁଛନ୍ତି l ଯାହା ଏବେ ଭକ୍ତ ଅଞ୍ଚଳରେ ବେଶ ଚର୍ଚ୍ଚା ବିଷୟ ପାଲିଟିଛି l