କେନ୍ଦୁଝର (ସିଦ୍ଧେଶ୍ୱର ସାହୁ) : ଆଜି ସ୍ଥାନୀୟ ସହିଦ ଭବନଠାରେ କେନ୍ଦୁଝର ନାଗରିକ ସମାଜ ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ହୋଇ ଯାଇଛି। ଏଥିରେ ସଚେତନ ନାଗରିକ ମାନେ ଯୋଗ ଦେଇ କେନ୍ଦୁଝର ଜିଲ୍ଲାରେ ଖଣି ଖନନ ଜନିତ କ୍ଷୟକ୍ଷତି ଓ ପରିବେଶ ଉପରେ ଏହାର ପ୍ରଭାବ ନେଇ ଆଲୋଚନା ହୋଇ ଥିଲା । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ର ବରିଷ୍ଠ ଅଧିବକ୍ତା ଋତ୍ଵିକ ଦତ୍ତ ତାଙ୍କ ସହଯୋଗୀ ରାହୁଲ ଚୌଧୁରୀ ପରିବେଶବିତ ଡକ୍ଟର ରାକେଶ ସିଂହ ଓ ଗଣ ଅଭିଯାନ ମୁଖ୍ୟ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇ ବିଶେଷ ଆଲୋଚନା କରି ଥିଲେ । ସେମାନେ କେନ୍ଦୁଝର ଜିଲ୍ଲାର ଅନେକ ଖଣି ପ୍ରଭାବିତ ଅଂଚଳ ବୁଲି ଆସି ନିଜ ଅଭିଜ୍ଞତା କହି ଉଦବେଗ ପ୍ରକାଶ କରି ଥିଲେ । ମୁଖ୍ୟତଃ ଅତ୍ୟଧିକ ଟ୍ରକ ଚଳାଚଳ , ଜଙ୍ଗଲ ନଷ୍ଟ , ଖଣି ଅଂଚଳ ଲୋକଙ୍କ ଦୁରାବସ୍ଥା ସହ ମା ବୈତରଣୀ ସମସ୍ୟା ଉପରେ ସମସ୍ତେ ଜୋର ଦେଇ ଥିଲେ । ଖଣି ଲୁଟ ବିରୋଧରେ ପ୍ରତିବାଦ ଦିଲ୍ଲୀରେ କରାଯିବା କଥା ସମସ୍ତେ କହି ଥିଲେ । କେନ୍ଦୁଝର ନାଗରିକ ସମାଜର ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ବେହେରା ଓ ସମ୍ପାଦକ ହିମାଂଶୁ କୁଅଁର ଏହି ସଭା ପରିଚାଳନା କରି ଥିଲେ । ଏଥିରେ ଅଜୟ ସାହୁ , ଅଶ୍ୱନି ପଟ୍ଟନାୟକ, ଅମୁଲ୍ୟ ସାମଲ, ବଳରାମ ସାହୁ, ଭରତ ପାତ୍ରଙ୍କ ପରି ବରିଷ୍ଠ ନାଗରିକ ଯୋଗ ଦେଇ ନିଜ ମତାମତ ରଖି ଥିଲେ । ସଭାରେ ପୂର୍ବତନ ନାଗରିକ ସମାଜ ସଭାପତି କିରଣ ଶଙ୍କର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ।
ରାଜ୍ୟ
କେନ୍ଦୁଝରରେ ଖଣି ଜନିତ କ୍ଷୟକ୍ଷତି ଓ ପରିବେଶ ପ୍ରଦୂଷଣ ଉପରେ ଆଲୋଚନା ଚକ୍ର ।
- Hits: 655