ମାହାଙ୍ଗା/ ଦେବେନ୍ଦ୍ର ଷଡ଼ଙ୍ଗୀ: ଷଷ୍ଠ ରାଉଣ୍ଡ ସୁଦ୍ଧା ମାହାଙ୍ଗା ୩୯ ନମ୍ବର ଜୋନ ରେ ବିଜେଡ଼ି ପ୍ରାର୍ଥୀ ମୂର୍ଷିଦ ରିଆଜୁଲ ହୋଦା ବିଜେପି ପ୍ରାର୍ଥୀଙ୍କ ଠାରୁ 5370 ଖଣ୍ଡ ଭୋଟ ରେ ଆଗୁଆ ରହିଥିବା ଜଣାପଡିଛି | ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୬୮୯୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୬୧୨ ଖଣ୍ଡ ଭୋଟ ପାଇଥିଲେ . କଂଗ୍ରେସ ପ୍ରାର୍ଥୀ ମାତ୍ର ୧୫୬୮ ଭୋଟ ପାଇଥିଲେ | ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୪୨୭୮ଖଣ୍ଡ ଭୋଟ ରେ ଆଗୁଆ ଥିଲେ | ହେଲେ ଷଷ୍ଠ ରାଉଣ୍ଡରେ ବିଜେଡି ୧୬୩୩, ବିଜେପି ୫୪୧ ଓ କଂଗ୍ରେସକୁ ୨୫୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରିଆଜୁଲ ବିଜେପି ପ୍ରାର୍ଥୀଙ୍କ ଠାରୁ ୫୩୭୦ ଖଣ୍ଡ ଭୋଟ ରେ ଆଗୁଆ ରହିଛନ୍ତି |
ରାଜ୍ୟ
ମାହାଙ୍ଗା ୩୯ ନମ୍ବର ଜୋନ: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ୫୩୭୦ ଭୋଟ ରେ ଆଗୁଆ
- Hits: 923