ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ପ୍ରସିଦ୍ଧ କ୍ଷେତ୍ର ବାବା ମହାବିନାୟକ ପୀଠ ଇଏ ଏମିତି ଏକ ପୀଠ ଯେଉଁଠି ଗୋଟିଏ ଶକ୍ତି ଉପରେ ପାଞ୍ଚ ଜଣ ଦେବତା ପୂଜା ପାଉଛନ୍ତି ଗଣେଶ, ଭାସ୍କର, ନାରାୟଣ, ଶଙ୍କର ଓ ମା ଦୁର୍ଗତି ନାଶିନୀ ଦୁର୍ଗା | ଏହି ପୀଠକୁ ଯିବା ଆମେ ଏମିତି .... କଟକ ରୁ ଯାଜପୁର ଗଲେ ବାଟରେ ଚଣ୍ଡିଖୋଲ ପଡିବ | ଚଣ୍ଡିଖୋଲରୁ ଡ଼ୁବୁରୀ ରାସ୍ତାରେ ପାଞ୍ଚ ଛ କିଲୋମିଟର ଗଲେ ପଡିବ ଏହି ପୀଠ | ଅତ୍ୟନ୍ତ ମନୋରମ ପରିବେଶ | ପାହାଡି ଝରଣା ସାଙ୍ଗକୁ ଅତି ସୁନ୍ଦର ସବୁଜିମା ଅତ୍ୟନ୍ତ ମନୋହର | କିମ୍ବଦନ୍ତୀ ଅନୁଯାୟୀ ମାତା ପାର୍ବତୀଙ୍କ ଦ୍ୱାରଦେଶରେ ଦ୍ୱାରା ପାଲା ଥିବା ଶ୍ରୀ ଗଣେଶଙ୍କ ଉପରେ କ୍ରୁଦ୍ଧ ହୋଇ ପ୍ରଭୁ ଶିବ ଯେତେବେଳେ ତ୍ରିଶୁଳ ପ୍ରହାର କରନ୍ତି ସେତେବେଳେ ପ୍ରଭୁ ସିଦ୍ଧିଦାତା ଗଣେଶଙ୍କ ମସ୍ତକ ଏହି ଠାରେ ପଡିଥିଲା| ତେବେ ସେହି ସମୟରେ ଜଗତ ମାତା ପାର୍ବତୀଙ୍କୁ ଶାନ୍ତ କରିବା ପାଇଁ ଏପୁରାଣ କାର ମାନେ କୁହନ୍ତି ୟାକୁ ଗୁପ୍ତ ବାରୁଣା ବନ୍ତ | ପାଣ୍ଡଵମାନଙ୍କ ଅଜ୍ଞାତ ବାସ ସମୟ ରେ ମାତା କୁନ୍ତୀ ବାବା ମହାବିନାୟକଙ୍କ ପାଖରେ ଆଶିଷ ଭିକ୍ଷା କରିଥିଲେ | ଏବେ ଏହି ପୀଠ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି | ମନ୍ଦିରର ନିକଟରେ ଯାତ୍ରୀ ମାନଙ୍କ ପାଇଁ କିଛି ବିଶ୍ରାମଗାର ଥିଲେ ମଧ୍ୟ ତାହାର ରକ୍ଷଣାବେକ୍ଷଣ ଅଭାବର ପରିଲକ୍ଷିତ ହେଉଛି | ମନ୍ଦିର କିଛି ମିଟର ଦୂରରେ ଫରେଷ୍ଟ ବିଭାଗ ଦ୍ଵାରା ଏକ ପାନ୍ଥ ନିବାସ୍ଥି ଥିବାବେଳେ ଏବେ ସାମ୍ନାରେ ଏକ ଉଦ୍ୟାନ କାମ ଚାଲିଛି | କରୋନ କଟକଣା ପାଇଁ ଏବେ ଆଉ ପୂର୍ବ ଭଳି ଗହଳି ନାହିଁ | ଏହି ପୀଠରେ ମହା ଶିବରାତ୍ରି ପାଞ୍ଚ ଦିନ ଧରି ପାଳନ ହେବା ସହ ଗଣେଶ ଚତୁର୍ଥୀ, ଜନ୍ମାଷ୍ଟମୀ , ଦୁର୍ଗା ପୂଜା ପାଳନ କରାଯାଏ ଏବଂ ପ୍ରତି ମାସ ସଂକ୍ରାନ୍ତିରେ ଏଠାକୁ ବହୁ ଭକ୍ତ ଦୂର ଦୁରାନ୍ତରୁ ଆସନ୍ତି | କିନ୍ତୁ କରୋନା କଟକଣା ପାଇଁ ପୀଠ ଟି ଖାଁ ଖାଁ ଲାଗୁଛି | ଏହି ପୀଠ ଉପରେ ଭରସା କରି ଚଳୁଥିବା ଛୋଟ ଛୋଟ ବ୍ୟବସାୟୀ, ପୂଜକ ସେବାୟତମାନଙ୍କ ଗୁଜୁରାଣ ଚଳାଇବା କଷ୍ଟ ବୋଲି କିଛି ବ୍ୟବସାୟୀ ଓ ସେବାୟତ କୁହନ୍ତି |
ରାଜ୍ୟ
ମହା ବିନାୟକ ପୀଠ ଖାଁ ଖାଁ : ଆଗ ଭଳି ନାହିଁ ଭକତ ଗହଳି
- Hits: 724