ହେଡଲାଇନସ୍:

ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା ଯୋଗାଇ ଦେବାରେ ଅକ୍ଷମ ପ୍ରଶାସନ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ଆଜି ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଓ ଝାରବନ୍ଧ ବ୍ଳକରେ ମତଦାନ କରୁଛନ୍ତି ଭୋଟର । ପାଇକମାଲ ବ୍ଳକର ୨୨ ଗୋଟି ପଞ୍ଚାୟତରେ ୨୭୪ ଗୋଟି ମତଦାନ କେନ୍ଦ୍ର ରହିଛି ଏବଂ ଭୋଟ ଦେଉଛନ୍ତି ୮୯୧୫୦ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି ।ଭୋଟର ମାନେ କିପରି ସୁରକ୍ଷିତ ମତଦାନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ନିୟମ ରହିଛି । ହେଲେ ପାଇକମାଲ ବ୍ଳକର ବିଭିନ୍ନ ମତଦାନ କେନ୍ଦ୍ରରେ  ଅବ୍ୟବସ୍ଥା ଦେଖିବାକୁ ମିଲୁଛି । ଅଧିକାଂଶ ମତଦାନ କେନ୍ଦ୍ରରେ ଲୋକଙ୍କ ପାଇଁ ଛାଇର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ନା ପିଇବା ପାଣିର ବ୍ୟବସ୍ଥା ନା ଅସହାୟ ତଥା ବୄଦ୍ଧା ମାନଙ୍କ ପାଇଁ ହ୍ବିଲଚେୟାର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଲେ ପାଇକମାଲ ନିର୍ବାଚନ ଅଧିକାରୀ ତଥା ପାଇକମାଲ ବିଡିଓ ଉପାଞ୍ଜଳି ମାଝୀ ଆଦେଶକୁ ଖିଲାଫ କରିଥିବା ଭଲି ମନେ ହେଉଛି । ଲୋକମାନେ ଖରାରେ ଛିଡା ହୋଇ ମତଦାନ ନ କରି ଫେରି ଯାଉଥିବା ମଧ୍ୟ ଦେଖିବାକୁ ମିଲୁଛି ।

0
0
0
s2sdefault