ଭୁବନେଶ୍ୱର:- ଅଗ୍ରଣୀ ଷ୍ଟିଲ୍ କମ୍ପାନୀ ଆର୍ସେଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ସୁନ୍ଦରଗଡ ଜିଲ୍ଲାର କୋଇଡା ଏବଂ କେନ୍ଦୁଝର ଜିଲ୍ଲାର ବଡବିଲଠାରେ କରୋନା ସହିତ ଲଢିବା ଏବଂ ପ୍ରଦତ୍ତ ନିୟମାବଳୀକୁ ମାନିବା ପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଚେତନତା ଗାଡିର ଶୁଭାରମ୍ଭ କରାଯାଇଛି ।
କୋଇରା ବ୍ଲକ ବିକାଶ ଅଧିକାରୀ ଶ୍ରୀମତୀ ପଲ୍ଲବି ରାଜ୍ କୋଇଡା ଠାରେ ଏବଂ ବଡବିଲ୍ ମ୍ୟୁନସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଶେଖ୍ ପଣ୍ଡା ବଡବିଲ୍ ସମ୍ପ୍ରଦାୟ ସ୍ୱାସ୍ଥ୍ୟକେନ୍ଦ୍ର(ସିଏଚସି)ଠାରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଅଧିକାରୀମାନଙ୍କ ଉପସ୍ଥିତିରେ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ଉଦ୍ଘାଟନ ପରେ ସିଏଚସିଠାରେ ଉପସ୍ଥିତ ଜନସାଧାରଣଙ୍କୁ ଫଳ ଏବଂ ଏନ୍-୯୫ ମାସ୍କ ବନ୍ଟନ କରାଯାଇଥିଲା ।
କୋରୋନା ସଚେତନତା, ସାମାଜିକ ଦୂରତା, ଠିକ୍ ଭାବରେ ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ କୋଭିଡ ନିୟମାବଳୀକୁ ମାନିବାପାଇଁ ଏହି ଗାଡି ୧୦ ଦିନବ୍ୟାପୀ କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାର ୧୫ଟି ଗ୍ରାମରେ ବୁଲି ସଚେତନ କରାଉଅଛି । ଏହି ସମୟରେ ପ୍ରଚାରପତ୍ର ବନ୍ଟନ ଏବଂ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଘୋଷଣା କରି ସର୍ବସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଅଛି ।
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସୁନ୍ଦରଗଡ ଏବଂ କେନ୍ଦୁଝରରେ କୋରୋନା ସଚେତନତା ଗାଡିର ଶୁଭାରମ୍ଭ
- Hits: 354