ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ
ଗଜପତି ଜିଲ୍ଲା ରା.ଉଦୟଗିରି ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଓଡିଶା ଆଦିବାସୀ ସଶକ୍ତିକରଣ ଓ ଜିବୀକା ନିର୍ବାହୀ ଫ୍ଲସ ବିଭାଗ ପକ୍ଷରୁ ମୋହନା ଓ ରା.ଉଦୟଗିରି ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଆଦିବାସୀ ମାନଙ୍କୁ ନେଇ ପଶୁ ସମ୍ୱଳ ଓ ବର୍ଷା ଜଳ ପରିଚାଳନା ସମ୍ପର୍କିତ ଏକ ତିନି ଦିନିଆ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ତିନିଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମକୁ ରା.ଉଦୟଗିରି ବିଡିଓ ଲିଙ୍ଗରାଜ ସାହୁ ଉଦ୍ଘାଟନ କରି ଆଦିବାସୀ ଜନଜାତି ଲୋକଙ୍କ ଜଙ୍ଗଲ ଜମିର ସଠିକ ବିନିଯୋଗ କରିବା ସହ ଜୀବନଜିବିକା ପାଇଁ ଛେଳି ପାଳନ କରି କିଭଳି ଅଧିକ ଆୟ ହୋଇପାରିବ ସେ ସମ୍ପର୍କରେ କହିଥିଲେ । ପଶୁ ଚିକିତ୍ସକ ଡାକ୍ତର ଗୌରୀ ଶଙ୍କର ପ୍ରସାଦ ଶତପଥୀ ଯୋଗଦେଇ ଛେଳି ପାଳନର ଉପକାରିତା ଏହା ଦ୍ୱାରା କିଭଳି ଉନ୍ନତି ହୋଇପାରିବ ଛେଳି ସମେତ ଗାଇ ଗୋରୁ ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ବର୍ଷା ଜନିତ ରୋଗରୁ କିଭଳି ରକ୍ଷା କରିବା ସହ ତାର ଯତ୍ନ ନେଇହେବ ସେ ସମ୍ପର୍କରେ କହିଥିଲେ ।
ରା.ଉଦୟଗିରି ଓଟିଇଏଲପି ର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ କୁମାର ବିଶୋଇ ଏବଂ ମୋହନା (ଓଟିଇଏଲପି)ର ଯନ୍ତ୍ରୀ ନରେଶ ପଟ୍ଟନାୟକ ଯୋଗ ଦେଇ ଅଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେବା ସହ ସୁବିନିଯୋଗ ହେବ ଏବଂ ବର୍ଷା ଜଳକୁ କିଭଳି ସହ ଉପଯୋଗ କରି ତାକୁ ଦୀର୍ଘ ଦିନ ଧରି ସଂରକ୍ଷିତ ରଖି ଚାଷ କାର୍ଯ୍ୟରେ ଲଗାଇ ହେବ ସେ ସମ୍ପର୍କରେ କହିଥିଲେ । (ଓଟିଇଏଲପି)ର ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାତ କୁମାର ଘଡେଇ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆସିଥିବା ଏସ ଏଚ ଜି ମା ଓ ଅନ୍ୟ ଆଦିବାସୀ ମା ମାନଙ୍କୁ ସରକାରଙ୍କ (ଘଝକଊଙ) କାର୍ଯ୍ୟକ୍ରମର ଉପକାରୀତ ଓ ଏହା କିଭଳି ଭବିଷ୍ୟତରେ ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଠ ସେ ସମ୍ପର୍କରେ ବୁଝାଇଥିଲେ ।
ଶିବିର କାର୍ଯ୍ୟକ୍ରମରେ ୨ୟ ଦିନରେ ସମସ୍ତ ତାଲିମାର୍ଥୀ ମାନଙ୍କୁ ଏକସପୋଜର ଭିଜିଟ ନିମନ୍ତେ ରା.ଉଦୟଗିରି ସ୍ତିତ କୃଷି ବିକାଶ କେନ୍ଦ୍ରକୁ ନିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୋହନା (ଓଟିଇଏଲପି)ର ଜିବୀକା ନିର୍ବାହ ଏକସପାର୍ଟି ଶ୍ରୀ ଦଣ୍ଡପାଣି ନାୟକ ହିସାବ ରକ୍ଷକ ତଥା ପରିଚାଳକ ଶ୍ରୀ ଫିଲିପ ସିଂ ଏବଂ ରା.ଉଦୟଗିରି (ଓଟିଇଏଲପି)ର ସୁରେନ୍ଦ୍ର ପଣ୍ଡା ପ୍ରମୁଖ ସମସ୍ତ ୩ ଦିନିଆ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ।