ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଅବକାରୀ କାର୍ଯ୍ୟାଳୟରେ ରାତ୍ରୀ କାଳୀନ ଜଗୁଆଳୀ ଭାବେ କାର୍ଯ୍ୟରତ ଥିବା ଜଣେ ଯୁବକ ନିଜ କାର୍ଯ୍ୟଳୟରୁ ୬ବସ୍ତା ଭାଙ୍ଗ ଚୋରିକରି ଶେଷରେ ଜେଲ ଯିବାକୁ ପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଶାସ୍ତ୍ରୀ ନଗରରେ ରହୁଥିବା ସନାତନ ବାରିକଙ୍କ ପୁଅ ରାଜୀବ ଲୋଚନ ବାରିକ |
ନୟାଗଡ଼ ଅବକାରୀ କାର୍ଯ୍ୟାଳୟରୁ 6 ବସ୍ତା ଭାଙ୍ଗ ଚୋରି ହୋଇଥିବା ଘଟଣା ଉପରେ ନୟାଗଡ଼ ଅବକାରୀ ବିଭାଗ ଟାଉନ ଥାନାରେ ଅଭିଯୋଗ କରିଥିଲେ | ନୟାଗଡ ଟାଉନ ଥାନା ପୋଲିସ ଚୋରିର ଅନେକ ଦିଗକୁ ତର୍ଜମା କରିବା ପରେ ରାତ୍ରି କାଳୀନ ଜଗୁଆଳୀ ରାଜୀବ ଲୋଚନଙ୍କ ଉପରେ ସନ୍ଦେହ ଉପୁଜିଥିଲା। ପୋଲିସ ପକ୍ଷରୁ ଖୋଳତାଡ ହେବାପରେ ଟାଉନ ଥାନା ପୋଲିସ ରାଜୀବଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରି ୬ବସ୍ତା ଭାଙ୍ଗ ଜବତ କରିଥିଲା | ଜବତ ହୋଇଥିବା ଭାଙ୍ଗର ଓଜନ ୧କ୍ବିଣ୍ଟାଲ ୮୩ କେଜି ବୋଲି ଜଣାପଡିଛି ।
ରାଜ୍ୟ
ଢୋଲ ଭିତରେ ମୂଷା : ରାତ୍ରୀ ଜଗୁଆଳୀ ବାହାରିଲେ ଚୋର
- Hits: 649








