ପଦ୍ମପୁର (ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆ ରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ବ୍ରାହ୍ମଣ ଡ଼ିହି ବାଦୀମାଲ ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ବୁଡେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୬ ଉଇକେଟ ରେ ୧୧୬ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ବ୍ରାହ୍ମଣଡ଼ିହି ସମସ୍ତ ଉଇକେଟ ହରାଇ ୭୦ ରନ କରି ପରାଜୟ ହୋଇଥିଲେ। ମ୍ୟାଚ ଶେଷରେ ଯୁବ ସାମ୍ବାଦିକ ନୀଳକଣ୍ଠ ଦୀପ ମୁଖ୍ୟ ଅତିଥି ଓ ମନ ବେହେରା, ଖୀରସିନ୍ଧୁ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ବୁଡେନ ଦଳର ସାଇ ରେଡି ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ସୋନୁ, ସ୍ୱାଧୀନ, ସତ୍ୟ, ସୁଶୀଲ, ସୁଶାନ୍ତ,ସୁମନ୍ତ, ଅମ୍ପାୟାରିଂ, ସୋନୁ, ଲବ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ମନଓ ଦୀପକ ଧାରାବିବରଣୀ ପ୍ରଦାନ କରିଥିଲେ। ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ସାନ ଆଦି ସହଯୋଗ କରିଥିଲେ।









