ହେଡଲାଇନସ୍:

ପଦ୍ମପୁର ଅବକାରୀ ବିଭାଗର ଚଢ଼ାଉ : ୪୦ ଲିଟର ମଦ ଜବତ, ଦୁଇ ଗିରଫ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ରନ୍ଧା ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପଦ୍ମପୁର ଅବକାରୀ ଥାନା ଅଧିକାରୀ ହେମକାନ୍ତ ସୁନାଙ୍କ ନେତୄତ୍ବରେ ଏକ ଟିମ ଆଜି ଗାଇସିଲାଟ ଥାନା ଅନ୍ତର୍ଗତ ମଲମୁଣ୍ଡା ଓ ପଦ୍ମପୁର ଥାନା ଅନ୍ତର୍ଗତ ଚାରପାଲି ଗ୍ରାମରେ ଚଢ଼ାଉ କରିଥିଲେ ।ମଲମୁଣ୍ଡା ଗାଁରେ ମଦ ରନ୍ଧା ସାମଗ୍ରୀ ସହ ୪୦ ଲିଟର ଦେଶୀ ରନ୍ଧା ମଦ ଜବତ ଓ ୯୦୦ କେଜି ମହୁଲ ପୋଚ ନଷ୍ଟ କରିବା ସହ ବିକାଶ ବରିହା ଓ ରାକେଶ ମିର୍ଦ୍ଧା ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ସେହିପରି ଚାରପାଲି ଠାରେ ୭୦୦ କେଜି ମହୁଲ ପୋଚ ନଷ୍ଟ କରିଥିଲେ । ଏହି ଚଢାଉରେ ପ୍ରଶାନ୍ତ ବାଗ,ଅମିତ ଦୀପ,ସୁବାଶିନୀ ଭୋଇ,ଜମୋବତୀ ମଲ୍ଲିକ ଓ ରାକେଶ ସାହୁ ସାମିଲ ଥିଲେ ।

0
0
0
s2sdefault