ହେଡଲାଇନସ୍:

ଏନସିସିବିଏମ ଡିରେକ୍ଟର ଜେନେରାଲଙ୍କ ସୋଆ ସଭାପତିଙ୍କ ସହ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ଼. ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡ. ବିବେକାନନ୍ଦ ମହାପାତ୍ର ।
ସାକ୍ଷାତ ସମୟରେ ଦୁଇ ଅନୁଷ୍ଠାନ ମଧ୍ୟରେ ଗବେଷଣା, ପ୍ରଶିକ୍ଷଣ ଓ କୌଶଳ ବିକାଶକୁ ନେଇ ସହଭାଗିତା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବୈଜ୍ଞାନିକଙ୍କ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା ।
ଏହି ଆଲୋଚନା ସମୟରେ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଇନଷ୍ଟିଟ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ବିଭିନ୍ନ ବିଭାଗର ମୁଖ୍ୟ ଏବଂ ସୋଆର ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

0
0
0
s2sdefault