ହେଡଲାଇନସ୍:

ନିଜ ସ୍କୁଲ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପୁରାତନ ଛାତ୍ର ନେଲେ ଶପଥ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଲ ବାହାଦୁର ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ 

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ସ୍ଥିତ ଲାଲବାହାଦୂର ବିଦ୍ୟାପୀଠ ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରଜନିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୋ ସ୍କୁଲର ଉଦ୍ଦେଶ୍ୟ  ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା ।  ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଭେନ୍ଦୁ ରଂଜନ ଖାମାରୀ, ହିନ୍ଦି ଶିକ୍ଷକ ମଧୁସୂଦନ ଦାସ, ସଂସ୍କୃତ ଶିକ୍ଷକ  ଉମାକାନ୍ତ ଦେହୁରୀ, ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା ସାହୁ, କମ୍ପୁ୍ୟଟର ଶିକ୍ଷକ ବିଭୁଦତ୍ତ ନେଗୀ , ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାକୁଡ ପ୍ରମୁଖ ମଂଚାସିନ ଥିଲେ । ପୁରାତନ ଛାତ୍ର ଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ବେଳେ ସର୍ବସମ୍ମତି କ୍ରମେ ପୁରାତନ ଛାତ୍ର ସିମୁନ୍ ନାଏକଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ବୈଷ୍ନବ ପ୍ରଧାନ, ବିଭୁଦତ୍ତ ନେଗି, ରାଜକିଶ୍ୱର ମାଲ, ସୁଜିତ ବେହେରା, ସୁନିଲ କର୍ଣ. ଭାଗବତ ମେହେରଙ୍କୁ କାର୍ଯ୍ୟକାରିଣି ସଭ୍ୟ  ଭାବେ ଚୟନ କରାଯାଇଥିଲା । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ପାଇଁ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୁରାତନ ଛାତ୍ରମାନେ ମୋ ସ୍କୁଲ ଅଭିଯାନରେ ପାଣ୍ଠି ସଂଗ୍ରହ ପାଇଁ ସପଥ ନେଇଥିଲେ । ପରବର୍ତ୍ତୀ ସଭା ପାଇଁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ନିଜର ସ୍ୱକୀୟ ମତାମତ ପ୍ରଦାନ କରି ମୋ ସ୍କୁଲ ଅଭିଯାନକୁ ସଫଳ କରିବା ଦିଗରେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା । ପରେ ବିଦ୍ୟାଳୟର ଖାଲିଥିବା ଜାଗାରେ ପୁରାତନ ଛାତ୍ର ଓ ଶିକ୍ଷକ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଶୁଭ୍ରଜିତ ପ୍ରଧାନ (ଫାରୁନ୍), ଅନୁଜ ବେହେରା, ଦିନବନ୍ଧୁ ସାହୁ, ନରେଶ ପ୍ରଧାନ, ସୁନିଲ ନାଗ, ରଂଜନ ଦାସ, ରାଜେଶ ତାଣ୍ଡିଆ, ଆଦର୍ଶ ସାହୁ, ଶବଚ୍ଚ ନାଏକ, ତପନ ନାଏକ, ପ୍ରଶାନ୍ତ ଦୀପ, ଅମିର ନାଏକ ଙ୍କ ସମେତ ୫୦ ରୁଉର୍ଦ୍ଧ  ପୁରାତନ ଛାତ୍ର ଉପସ୍ଥିତ ଥିଲେ । 

0
0
0
s2sdefault