ଭୁବନେଶ୍ୱର :ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେ ଦୀର୍ଘ ଦିନ ଧରି ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଥିବା ଅବସରପ୍ରାପ୍ତ ବରିଷ୍ଠ ସୂଚନା ସେବା ଅଧିକାରୀ ଶ୍ରୀ ସମର ବିଳାସ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ହୋଇଥିଲା । ସ୍ୱର୍ଗତ ପଟ୍ଟନାୟକ ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସହ ବିଭାଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟକରି ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ସମୟରେ ସରକାରୀ ଚାକିରିରୁ ଅବସରଗ୍ରହଣ କରିଥିଲେ । ତାଙ୍କର ଲୋକପ୍ରିୟତା ଯୋଗୁଁ ସେ ସବୁ ମହଲରେ ପ୍ରଶଂସିତ ହୋଇଥିଲେ । ତାଙ୍କ ବିୟୋଗରେସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶାଳୟର ବରିଷ୍ଠ ପଦାଧିକାରୀ, ଓଡିଶା ସୂଚନା ସେବା ସଂଘର ସମସ୍ତ କର୍ମକର୍ତ୍ତା ତଥା ବିଭିନ୍ନ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।