ହେଡଲାଇନସ୍:

ନାମାଙ୍କନ ଦାଖଲ ଶେଷ, ପ୍ରଥମ ଥର ନିର୍ବାଚନ ମୈଦାନରେ ନୂଆ ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଶେଷ ଦିନରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀ ମାନଙ୍କର ବେଶ୍‌ ଭିଡ଼ ଜମି ଥିଲା । ୱାର୍ଡ ମେମ୍ବରଠୁ ନେଇ ସରପଞ୍ଚ ସମିତି ଓ ଜିଲ୍ଲା ପରିଷଦ ପଦାବୀ ପାଇଁ ହଜାରହଜାର ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।ତେବେ ଏଥର ସ୍ୱାଧୀନ ପାର୍ଥୀ ଓ ନୂଆ ଦଳର ପ୍ରାର୍ଥୀମାନେ ମଧ୍ୟ ପ୍ରଥମ କରି ପଞ୍ଚୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ବଲାଙ୍ଗୀରରେ ପ୍ରଥମ କରି ଆମ୍‌ ଆଦମୀ ଦଳ ୧୦ଟି ଜିଲ୍ଲା ପରିଷଦ ଜୋନ୍‌ରେ ପାର୍ଥୀ ଦେଇଛି । ଦିଲ୍ଲୀର ବିକାଶ ମଡେଲକୁ ଅସ୍ତ୍ର କରି ନିର୍ବାଚନରେ ସଫଳତା ପାଇବେ ବୋଲି କହିଛନ୍ତି ଆମ ଆଦମୀ ପ୍ରାର୍ଥୀ ।
ପଞ୍ଚାୟତ ନିର୍ବାଚନରେ ସବୁଠାରୁ ରୋଚକ ବିଷୟ ହୋଇଥାଏ ଜିଲ୍ଲା ପରିଷଦ ପଦବୀ ପାଇଁ ପ୍ରତିଦ୍ବନ୍ଦିତା । ରାଜନୈତିକ ଚିହ୍ନରେ ଲଢ଼େଇ ହେଉଥିବା ଏହି ନିର୍ବାଚନରେ ଏଥର ଶାସକ ବିଜେଡି ଓ କଂଗ୍ରେସ ଦଳ ଆଗୁଆ ପାର୍ଥୀ ଘୋଷଣା କରିବା ସହ ନାମାଙ୍କନ ଦାଖଲ କରି ସାରିଥିଲେ । ପଛରେ ପଡ଼ିଥିବା ବିଜେପି ଦଳ ଅନ୍ତିମ ଦିନରେ ସମସ୍ତ ୩୪ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ପାର୍ଥୀଙ୍କ ନାମାଙ୍କନ ଦାଖଲ କରିଛି ।ବଲାଙ୍ଗୀରରେ ବିଜେପି ହିଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ହାସଲ କରିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ପ୍ରାର୍ଥୀ । ଶେଷ ଦିନରେ ଜିଲ୍ଲାରେ ମୋଟ ୱାର୍ଡ ମେମ୍ବର ପାଇଁ ୬ହଜାର ୨ଶହ ୨୯ଜଣ, ସରପଞ୍ଚ ପାଇଁ ୧ହଜାର ୭ ଶହ ୫୭, ପଞ୍ଚାୟତ ସମିତି ପାଇଁ ୧ହଜାର ୩ଶହ ୯୧ ଜଣ ଓ ୩୪ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୨୮ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

0
0
0
s2sdefault