ଭୁବନେଶ୍ୱର/ସୋରୋ (ଶାସକ ପ୍ରଶାସକ) : ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ସୋମାନଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶାନ୍ତିଲତା ବସ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ବିଦୁ ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣ ଯାତ୍ରୀପ୍ରାଣ ହରାଇଥିବା ସହ ୨୦ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏବେ ଖବର ଅନୁସାରେ କିଛି ଆହତ ଙ୍କୁ ବାଲେଶ୍ଵର ଡାକ୍ତରଖାନା କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରା ଯିବା ସହ ସୋରୋ ଡାକ୍ତରଖାନା ରେ ବାଲେଶ୍ଵର ଜିଲ୍ଲାପାଳ ପହଞ୍ଚି ପରିସ୍ଥିତି ତଦାରଖ କରୁଥିବାର ସାମ୍ନା କୁ ଆସୁଛି। ଜାତୀୟ ରାଜପଥ ର ନିମ୍ନ ମାନ ର କାମ ଯୋଗୁଁ ଅକାରଣ ରେ ନିରୀହ ଜୀବନ ଯାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେବା ଏବଂ ପ୍ରଶାସନ ତୁରନ୍ତ ଏହାର ସମାଧାନ ପାଇଁ ଦାବି ମଧ୍ୟ କରିଛନ୍ତି।