ହେଡଲାଇନସ୍:

ତରତ ଶାସନ: ସରପଞ୍ଚ ପ୍ରାର୍ଥୀନୀ ଭାବେ ମିନତୀ ସ୍ୱାଇଁ ଓ ସମିତିସଭ୍ୟା ପ୍ରାର୍ଥୀନୀ ଭାବେ ଟିକି ପଣ୍ଡାଙ୍କ ନାମାଙ୍କନ ପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି/ଶାସକ ପ୍ରଶାସକ :- ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନ ରେ  ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନି ଭାବେ ମିନତୀ ସ୍ୱାଇଁ  ଏବଂ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଟିକି ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ସ୍ୱାଇଁ ଏବଂ ଶ୍ରୀମତୀ ପଣ୍ଡା  ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କଲାପରେ ସ୍ଥାନୀୟ ଅଞ୍ଚଳର ବୃଦ୍ଧ, ବୃଦ୍ଧା,ସମାଜସେବୀ, ଗ୍ରାମବାସୀଙ୍କ ସ୍ନେହ ଓ ଭଲପାଇବା କୁ ଆଦରି ସରପଞ୍ଚ ପ୍ରାର୍ଥୀ ଓ ସମିତିସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ସମିତିସଭ୍ୟା ପ୍ରାର୍ଥୀନୀ  ଭାବେ ଟିକି ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ତରତଶାସନ ପଂଚାୟତ କାର୍ଯ୍ୟାଳୟରେ ମିନତୀ ସ୍ୱାଇଁ ସରପଞ୍ଚ ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କ ଦୃଢ ଭଲପାଇବା ଶ୍ରୀମତୀ ସ୍ୱାଇଁ ଓ ଶ୍ରୀମତୀ ପଣ୍ଡାଙ୍କ ଉପରେ ରହିଥିବାରୁ ଆଗାମୀ ଦିନରେ ସରପଞ୍ଚ ଏବଂ ସମିତିସଭ୍ୟା ଭାବେ ବହୁ ସଂଖ୍ୟାରେ ବିଜୟ ଲାଭ କରି ଆଗାମୀ ଦିନରେ ଲୋକମାନଙ୍କ ସେବା କରିବା ପାଇଁ ସୁଯୋଗ ପାଇବେ ବୋଲି ସାଧାରଣରେ କୁହାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥନ ରେ ଏହା ସମ୍ଭବ ହୋଇପାରିଥିବାରୁ ଶ୍ରୀମତୀ ସ୍ୱାଇଁ ଓ ଶ୍ରୀମତୀ ପଣ୍ଡା ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।ସେହିପରି ଭାବେ ପୂର୍ବତନ ସରପଂଚ ଜିତେନ୍ଦ୍ର ମିଶ୍ର,ସମିତି ସଭ୍ୟ ପ୍ରମୋଦ କୁମାର ପରିଡ଼ା,ପଞ୍ଚାୟତ ବିଜେଡି ସଭାପତି ପ୍ରମୋଦ କୁମାର ମଲ୍ଲିକ, ସୋସିଆଲ ମିଡ଼ିଆ ସଂଯୋଜକ ଶୁଭେନ୍ଦୁ କୁମାର ରଥ,ପ୍ରଭାତ କୁମାର ଦାସ,ଭାଗିରଥି ଦାସ, ଅଞ୍ଜନ କୁମାର ରଥ,ରାମ ଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର ସେଠୀ ଙ୍କ ସମେତ ସ୍ଥାନୀୟ ଗ୍ରାମବସୀମାନେ ସରପଞ୍ଚ ପ୍ରାର୍ଥୀ ଭାବେ ମିନତୀ ସ୍ୱାଇଁ ଓ ସମିତି ସଭ୍ୟା ପ୍ରାଥିନି ଭାବେ ଟିକି ପଣ୍ଡା ଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି ।

0
0
0
s2sdefault