ବଲାଙ୍ଗିର, (ନିରୋଜ ମିଶ୍ର)- ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ସ୍ୱର୍ଗତ ଲଳିତ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଲଳିତ ନାୟକ ସ୍ମୃତି ସପ୍ତାହ ପାଳନର ଶୁଭ ଉଦ୍ଘାଟନି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଲଳିତ ନାୟକ ସ୍ମୃତି କମିଟି ଓ ଲଳିତ ନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏ ସମାରୋହରେ ମାନ୍ୟବାର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଭାଷ ସିଂ ମୁଖ୍ୟ ଅତିଥି ରୁପେ ଯୋଗଦାନ କରି ଦୀପ ପ୍ରଜ୍ଜଳନ ପୁର୍ବକ ସ୍ୱର୍ଗତ ଲଳିତଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ଓ ସ୍ୱର୍ଗତ ଲଳିତଙ୍କ ସହ ସେବା ମୁଳକ କାର୍ଯ୍ୟରେ ନିଜକୁ ସାମିଲ କରିପାରିଥିବା ଦିନ ଗୁଡିକର ସ୍ମୃତି ଚାରଣ ପୁର୍ବକ ସ୍ୱର୍ଗତ ନାୟକଙ୍କ ଦକ୍ଷତାର ଗୁଣଗାନ କରି ତାଙ୍କ ନାଁ ରେ ନାମିତ ଟ୍ରଷ୍ଟର କାଳଜୟୀ ସ୍ଥାୟୀତ୍ୱ ଉପରେ ନିଜସ୍ୱ ମତ ରଖିଥିଲେ । କମିଟି ସଦସ୍ୟ ବିରେନ୍ଦ୍ର କୁମାର ଝାଙ୍କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍ୱର୍ଗତ ନାୟକଙ୍କ ଜୀବନାଦର୍ଶର ଏକ ଗୁରୁତ୍ୱ ପୁର୍ଣ୍ଣ ଘଟଣା ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ପ୍ରଭାସ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ପ୍ରଭାକର ମିଶ୍ର ତଥା ସତ୍ୟ ସୁନ୍ଦର ଭଞ୍ଜ ଓ ଦୀପକ ରଂଜନ ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାରୋହରେ କମିଟିର ପ୍ରମୁଖ ଉପଦେଷ୍ଟା ପଦ୍ମ ଚରଣ ଆଚାର୍ଯ୍ୟ, ଅଧ୍ୟକ୍ଷ ଜ୍ୟେତି ରଂଜନ ନାୟକ, ସମ୍ପାଦକ (ବିତ୍ତ ବ୍ୟବସ୍ଥା) ରତନ କୁମାର ମହାରଣା ପ୍ରମୁଖ ମଂଚାସିନ ଥିଲେ । ପରେ ପରେ ମେଗା ରକ୍ତଦାନ ଶିବିର ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେଲାପରେ ଅନେକ ଯୁବକ ରକ୍ତଦାନ କରିଥିଲେ । ଆଜିର ପ୍ରତିକୂଳ ପାଗ ସତ୍ୱେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା କମିଟି ସୁତ୍ରରୁ ପ୍ରକାଶ । ଚଳିତ ମାସ ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ହେବ ବୋଲି କମିଟି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ତା ୧୮.୦୧.୨୨ରେ କେବିକେ ଆଇଟିଆଇ, ସମ୍ବଲପୁର ରୋଡଠାରେ ଉଦ୍ୟାପନି ଦିବସ ପାଳନ ଅବସରରେ ସ୍ୱର୍ଗତ ନାୟକଙ୍କ ପ୍ରତିମୁତ୍ତି ଉନ୍ମୋଚିତ ହେବ । ଆଜି ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ଲୋକଙ୍କୁ ୫ଶହ ପୁଡିଆ ଶୁଖିଲା ଖାଦ୍ୟ ସ୍ମାଇଲ ଫର ଅଲ ଓ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ ପକ୍ଷରୁ ବଣ୍ଟନ କରାଯିବା ସଂଗେ ସଂଗେ ‘ଆଶ୍ରା’ ଆଶ୍ରମର ଅନ୍ତେ ବାସୀଙ୍କୁ ରନ୍ଧାଖାଦ୍ୟ ଓ କମ୍ବଲ ବଣ୍ଟନ କରାଗଲା । ସ୍ୱେଚ୍ଛାସେବୀ ବିବେକା ନନ୍ଦ ପଟେଲ, ସୋମନାଥ ମିଶ୍ର, ପ୍ରତୁ୍ୟଷ ଯୋଷୀ, କଶ୍ୟପ ସେଠ୍, ପଂଚା ପଟ୍ଟନାୟକ, ବ୍ରଜଗୋପାଲ ସିଂ, ପ୍ରିତମ ବରାଳ, ଘନଶ୍ୟାମ ପଶାୟତ ଓ ରାମ ଦାସ ବହୁ ଭାବରେ ସହଯୋଗ କରିଥିଲେ । ସହରର ଅନେକ ବୁଦ୍ଧିଜୀବି ଓ ଚିନ୍ତାଶିଳ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ସମ୍ପାଦକ ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଲଳିତ ନାୟକ ସ୍ମୃତି ସପ୍ତାହ ପାଳନ:ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ
- Hits: 421