ଜଗତସିଂହପୁର/ସୁମନ୍ତ କୁମାର ଦାସ: କୋଭିଡ-୧୯ ମାର୍ଗଦର୍ଶିକା ଅନୁପାଳନରେ ଉଲଂଘନ କାରଣରୁ କୁଜଙ୍ଗ ବ୍ଲକ ପୂର୍ବରୁ ପ୍ରଦାନ କରାଯାଇଥିବା ଯାତ୍ରା ଅନୁମତି ଜିଲ୍ଲା ପ୍ରଶାସନ ଦ୍ୱାରା ରଦ୍ଧ କରାଯାଇଛି l କୁଜଙ୍ଗ ତହସିଲଦାର ଓ ଆରକ୍ଷୀ ନିରୀକ୍ଷକ, କୁଜଙ୍ଗଙ୍କ ରିପୋର୍ଟ ଆଧାରରେ ଆଗରୁ ପ୍ରଦାନ କରାଯାଇଥିବା ଅନୁମତି ଆଦେଶ ସଂଖ୍ୟା -198, ତା-06.01.2022 କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତିଲ କରାଯାଇଛି l ଉଭୟ ସଂଗଠନର କାର୍ଯ୍ୟକର୍ତା ଓ ଦର୍ଶକ କୋଭିଡ-19 ମାର୍ଗଦର୍ଶିକା ଅନୁପାଳନରେ ନିଷ୍ଫଳ ହେବାରୁ ଅପେରା କାର୍ଯ୍ୟକ୍ରମକୁ ବାତିଲ କରାଗଲା l ତତକ୍ଷଣାତ ଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦିଆଗଲା l ସ୍ଥାନୀୟ ତହସିଲଦାର ଓ ଆଇ. ଆଇ. ସି ଏହି ନିଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ ଦିଆଯାଇଛି l
ରାଜ୍ୟ
କୋଭିଡ ମାର୍ଗଦର୍ଶିକା ଅବମାନନା କାରଣରୁ କୁଜଙ୍ଗ ଅଂଚଳରେ ଅପେରା ବାତିଲ
- Hits: 293