ହେଡଲାଇନସ୍:

୩୫ ବର୍ଷ ଶିକ୍ଷାଦାନ ପରେ ବିଦାୟ ସମ୍ବର୍ଦ୍ଧନା ସଭା।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ର, ଛାତ୍ରୀ, ଦୁଃଖ ପ୍ରକାଶ ।

କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରିୟ ଶିକ୍ଷକ ଶ୍ରୀ ଦିଲିପ୍ କୁମାର ପଣ୍ଡା ଓ ଶିକ୍ଷୟିତ୍ରୀ ସୁନୀତା ପାଢ଼ୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ପଣ୍ଡା ମହୋଦୟ ୪/୯/୧୯୮୬/ଦିନ ଏହି ବିଦ୍ୟାଳୟରେ ଯୋଗଦାନ କରିଥିଲେ ଦୀର୍ଘ ୩୫ ବର୍ଷ କାଳ ଶିକ୍ଷାଦାନ କରି ଅନେକ ମେଧାବୀ ଛାତ୍ର ଛାତ୍ରୀ ଙ୍କର ସେ ସଫଳ ଭବିଷ୍ୟତ ନିର୍ମାଣ ପାଇଁ ପଥ ପ୍ରଦର୍ଶକ ହୋଇଥିଲେ| ତାଙ୍କର ନିକଟରେ ସ୍ଥାନାନ୍ତର ହେବା ଖବର ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦୁଃଖ ପ୍ରକାଶ କରିବା ସହ ତାଙ୍କର ସୁଖ, ସୁସ୍ଥ, ଉନ୍ନତି ପାଇଁ କାମନା କରିଛନ୍ତି | ସେହିପରି ସୁନୀତା ପାଢ଼ୀ ମହୋଦୟା ବି ଛାତ୍ରଛାତ୍ରୀ ଙ୍କ ଅତି ପ୍ରିୟ ଥିଲେ ପଠା ପଢ଼ା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ସେ ପିଲାଙ୍କୁ ପ୍ରେରଣା ଦେଇ ଆସୁଥିଲେ। ଉଭୟଙ୍କ ସାନ୍ତା ସେଷ୍କେଲ୍ ଓ ଇଲେକ୍ଟ୍ରି କଲୋନୀ ବିଦ୍ୟାଳୟକୁ ସ୍ଥାନାନ୍ତର ହୋଇଛି । ଆଜି ଆନୁଷ୍ଠାନିକ ଭାବେ ବିଦ୍ୟାଳୟରେ ଦୁହିଁଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ଗିରି , ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ସୁଦୀପ କୁମାର ସାହୁ, ଭୋଳନାଥ ପ୍ରଧାନ ,ତାପସ କୁମାର ଦଳାଇ, ବସନ୍ତ କୌଶଲ୍ୟା, ରାକେଶ ତାରିଣୀ, ପ୍ରିୟଦର୍ଶିନୀ ରାଉତ, ମମତା ନନ୍ଦ, ରୋଜାଲୀନ୍ ଦାସ, ବିଦ୍ୟାଳୟର ଅନ୍ୟ କର୍ମଚାରୀ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହିଥିଲେ।

0
0
0
s2sdefault