ବେଦବ୍ୟାସ ଟ୍ରକ ମାଲିକ ସଂଘର ଉଦ୍ୟମ ଯୋଗୁଁ ଧରା ପଡିଲା।
ରାଉରକେଲା,(ବସନ୍ତ ଜେନା); ଓଭରଲୋଡିଂ ଅଭିଯୋଗରେ ରାଉରକେଲା ଆଞ୍ଚଳିକ ପରିବହନ ବିଭାଗର ଏମ ଭି ଆଇ ୫ଟି ଟ୍ରଲର ମାଲିକଙ୍କୁ ପାଖାପାଖି ୨ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବେଦବ୍ୟାସ ଚିକଟମାଟି ଭାଲୁପାତ୍ରା ସ୍ଥିତ ଓଡିଶା କର୍ପୋରେସନ ରେ ଲୋଡିଂ କରି ଏହି ଟ୍ରେଲର ବାହାରିବା ବେଳେ ଧରପଡିଥିଲେ।ଏ ବାବଦରେ ଖବର ପାଇବା ପରେ ବେଦବ୍ୟାସ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ବିଶ୍ୱରଞ୍ଜନ ବେହୁରା , ବିଜୟ ପ୍ରଧାନ ପ୍ରମୁଖ ଟ୍ରେଲର ଗୁଡିକ ଅଟକ ରଖି ପରିବହନ ବିଭାଗ କୁ ସୂଚନା ଦେଇଥିଲେ।
ପରିବହନ ବିଭାଗ ଜୁନିୟର ଏମ ଭି ଆଇ ଏବଂ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ପରେ ଏହି ଟ୍ରେଲର ଗୁଡିକ କ୍ଷମତାରୁ ଅଧିକ ୧୦ ରୁ ୧୧ ଟନ ମାଲ ଅଧିକ ବୋଝେଇ କରିଥିବା ଜଣା ପଡିଥିଲା। ପରେ ଟ୍ରେଲର ଗୁଡିକ ଜବତ କରାଯାଇ ୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ସୂଚନାଯୋଗ୍ୟଯେ ପ୍ରତିଦିନ କଲୁଙ୍ଗା ରେଲୱେ ସାଇଡିଂ ରୁ ଆଇରନ ବଣ୍ଡଲ ଲୋଡ ହୋଇ ଓଡିଶା ଷ୍ଟିଲ କର୍ପୋରେସନ ଆସିଥାଏ। ବହୁ ଦିନ ଧରି ଏହି ଓଭରଲୋଡିଂ କାରବାର ଚାଲିଥିବା ବେଳେ ବେଦବ୍ୟାସ ଟ୍ରକ ମାଲିକ ସଙ୍ଘ ର ଉଦ୍ୟମ ଯୋଗୁଁ ଏହା ଧରା ପଡିଥିଲା