ହେଡଲାଇନସ୍:

ଅଭିନୟ ସାରି ବାହୁଡ଼ିଗଲେ ମିହିର ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ : ଶେଷରେ ଆଖି ବୁଜିଲେ ଓଡ଼ିଆ ଅଭିନୟ ଜଗତର ଭର୍ସାଟାଇଲ ଅଭିନେତା ମିହିର ଦାସ | ଏକ ଘରୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ଦେହାନ୍ତ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଯାହା ପରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିରନ୍ତର ନଜର ରଖୁଥିଲେ।
୧୯୬୬ ମସିହା ଫେବୃୟାରୀ ୨ ତାରିଖରେ ମୟୂରଭଞ୍ଜ ଜିଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କର ନିଶା ଓ ପେଶା । ସେ ୧୯୭୯ରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ ଅନ୍ୟତମ। ଅଭିନୟ ପାଇଁ ସେ ଏକାଧିକ ପୁରସ୍କାର ପାଇଛନ୍ତି। ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ସେ ଲୋକପ୍ରିୟ ଗାୟକ ସ୍ବର୍ଗତ ଚିତ୍ତ ଜେନାଙ୍କ ଝିଅ ସଙ୍ଗିତା ଦାସଙ୍କୁ ବିବାହ କରିଥିଲେ। 2010 ରେ ତାଙ୍କର ଦେହାନ୍ତ ହୋଇଥିଲା । ମିହିର ଦାସ ଏବଂ ସଙ୍ଗିତା ଦାସଙ୍କର ପୁଅ ଅମ୍ଳାନ ଓଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା |

0
0
0
s2sdefault